୯ ତାରିଖ ଯାଏଁ ଶୀତ ସାମାନ୍ୟ କମିବ, ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା, ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର,୦୩/୦୧: ରାଜ୍ୟରେ ରବିବାର ସକାଳେ ୫ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଫଳରେ ଗାଡ଼ି ଚଳାଇବା ଅସମ୍ଭବ ହୋଇପଡ଼ିଛି । ଅନୁଗୋଳ, କଟକ, ଜଗତସିଂହପୁର, ଭଦ୍ରକ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହୋଇଛି । ସେଥିପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏତତ୍ ବ୍ୟତୀତ ୧୧ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି। ତେଣୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି କୁହୁଡ଼ି ଯୋଗୁଁ ଜାତୀୟ ରାଜପଥରେ ଦୁର୍ଘଟଣା ସମ୍ଭାବନା ଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ପରିବହନ ଅଧିକାରୀମାନଙ୍କୁ କୁହାଯାଇଛି। ସୋମବାର ମଧ୍ୟ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ କହିଛନ୍ତି ଯେ, ଆସନ୍ତା ୨ଦିନ ରାଜ୍ୟରେ ରାତି ସମୟରେ ସର୍ବନିମ୍ନ ତାପମାତ୍ରାରେ ସେତେଟା ପରିବର୍ତ୍ତନ ଦେଖାଯିବ ନାହିଁ। ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ  । ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବ । ଫଳରେ ଶୀତ କମିବ । ରାଜ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଶୀତ କମ୍‌ ରହିବ । ୯ ପରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ପୁଣି ଶୀତର ପ୍ରକୋପ ବଢ଼ିବ ।



from Prameya News7 https://ift.tt/353nXPn
୯ ତାରିଖ ଯାଏଁ ଶୀତ ସାମାନ୍ୟ କମିବ, ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା, ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ ୯ ତାରିଖ ଯାଏଁ ଶୀତ ସାମାନ୍ୟ କମିବ, ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା, ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.