ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ଆଜି ନାଲ୍କୋ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ । ତେବେ ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡିଶାର ଦାବି ସମ୍ପର୍କରେ ଆଲୋଚନା କରିବେ। ଓଡିଶାରେ ପହଞ୍ଚିବା ପରେ, ବିମାନ ବନ୍ଦରରେ ଉପସ୍ଥିତ ଥିବା ଗଣମାଧ୍ୟକୁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, କୋଭିଡ୍ ସ୍ଥିତିରେ ବି ନାଲକୋ ଆଲୁମିନିୟମ ଭଲ କାମ କରିଛି।
ଦେଶ ଅର୍ଥନୀତିରେ ଖଣିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ଖଣିଜ ସମ୍ପଦରେ ଭରା ଏକ ରାଜ୍ୟ। ଓଡ଼ିଶା ସରକାର ଯାହା ଦାବି କରିଛନ୍ତି କେନ୍ଦ୍ର ସହଯୋଗ କରିଛି। ନିକଟରେ ହୋଇଥିବା ଖଣି ନିଲାମରେ ଅଧିକ ଭିଡ଼ ଯୋଗୁ ସମସ୍ୟା ହୋଇଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହାସହ ଓଏମସି ଦାବି ଅନୁସାରେ ସଂଶୋଧନ କରାଯାଇଛି। ଓଡିଶା ସରକାରଙ୍କ ସହ କେନ୍ଦ୍ର ସରକାର ମିଶିକି କାମ କରୁଛନ୍ତି ବୋଲି ଯୋଶୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସେପଟେ, ପୁରୀ ସିଦ୍ଧ ମହାବୀର ଫ୍ଲାଏ ଓଭର ର୍ନିମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର। ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ର୍ନିମାଣ ପାଇଁ ଦାବି ହୋଇଆସୁଛି। ପୁରୀ କୋଣାର୍କ ଜାତୀୟ ରାଜପଥରେ ଏହି ଫ୍ଲାଏ ଓଭର ର୍ନିମାଣ ହେଲେ ହଜାର ହଜାର ଲୋକ ଉପକୃତ ହୋଇପାରିବେ। ଏବଂ ସୁବିଧାରେ ଯାତାୟତ କରିପାରିବ।
ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି। ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ର୍ନିମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ତୁରନ୍ତ ଫ୍ଲାଏ ଓଭର ବ୍ରିଜ୍ ର୍ନିମାଣ ହେବା ନେଇ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି।
The post ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୋଇଲା ମନ୍ତ୍ରୀ appeared first on OTV Khabar..
from OTV Khabar. https://ift.tt/2XkASIi
No comments: