ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ Sarbeswar Mohapatra

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ ବି କରିଥିଲା ପୋଲିସ।

ତେବେ ଘଟଣାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋରଧରିଛି। ବିଜେପି ପକ୍ଷରୁ ଏସପି ଅଫସି ମଧ୍ୟ ଘେରାଉ କରାଯାଇଥିବା ଦେଖାଦେଇଥିଲା।

ସେପଟେ ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟରେ ପହଞ୍ଚିବା ପରେ କୁଳମଣି ବରାଳଙ୍କ ହତ୍ୟାକୁ ନେଇ ପୁରନ୍ଦେଶ୍ୱରୀ କହିଛନ୍ତି ଯେ,ଏହି ଘଟଣାରୁ ରାଜ୍ୟରେ ଆଇନଶୃଙ୍ଖଳା କେତେ ଢିଲା ତାହା ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଏହାସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ। ତେବେ ତାଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି
ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେପଟେ, ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଭାବରେ ପୋଲିସ ପଞ୍ଝାରେ ଅଛି କ୍ଷୀତୀଶ ଆଚାର୍ଯ୍ୟ। କିନ୍ତୁ ନୂଆବର୍ଷରେ ନୃତ୍ତାଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇ ସେ ମାରିଥିବା ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହେଉଛି କ୍ଷୀତୀଶ। ତେବେ ଇଏ ଯେ ଜଣେ ପକ୍କା ବିଜେଡି ସମର୍ଥକ ଓ ଆଇନ ମନ୍ତ୍ରୀଙ୍କ ନାଁରେ ଗଢ଼ା ହୋଇଥିବା ପ୍ରତାପ ବାହିନୀର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା, କିଛି ପୋଷ୍ଟରରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି କୁହାଯାଉଛି। ତେଣୁ ରାଜନୈତିକ ଶତ୍ରୁତାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ଯେଉଁ ସଂଗୀନ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ନୁହେଁ ବୋଲି ଅନୁମାନ କରାଯାଉଛି।

The post ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ appeared first on OTV Khabar..



from OTV Khabar. https://ift.tt/3bnUi7g
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ Sarbeswar Mohapatra ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ Sarbeswar Mohapatra Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.