ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ….ଜାଣନ୍ତୁ କେମିତି? Sarbeswar Mohapatra

ଜୟପୁର: ଯୁବତୀଙ୍କ ପାଇଁ ସୁରକ୍ଷା କବଚ। ଜୟପୁରର ଶିଶିର ମଲ୍ଲିକ ଏମିତି ଏକ ବେଲ୍ଟ ତିଆରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। କେତେବେଳେ ହ୍ୟାଣ୍ଡ ସାନିଟାଇଜର ତ କେତେବେଳେ ସୀମାରେ ସୈନିକଙ୍କ ସୁରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଯୁବକ ଏବେ ପୁଣି ଏକ ପ୍ରୋଜେକଟ କରି ଚର୍ଚ୍ଚାରେ।

ବେଲଟ୍ ଦେବ ଯୁବତୀଙ୍କୁ ସୁରକ୍ଷା। ସାଜିବ ସେମାନଙ୍କ ସୁରକ୍ଷା କବଚ। ଏଭଳି କିଛି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲ୍ଲା ଜୟପୁରର ଇଞ୍ଜିନିୟରିଂ ଛାତ୍ର ଶିଶିର ମଲ୍ଲିକ ତିଆରି କରିଛନ୍ତି ଏକ ସେଫଟି ବେଲ୍ଟ। ଏହି ବେଲ୍ଟ ମୋବାଇଲ୍ ଦ୍ୱାରା ପରିଚାଳିତ ହେଉଛି। ବେଲ୍ଟକୁ ଅଂଟାରେ ପିନ୍ଧି ବାହାରକୁ ଯାଇପାରିବେ ଯୁବତୀ। ଯେଉଁଠି ନିଜକୁ ଅସୁରକ୍ଷିତ ଭାବିବେ ତୁରନ୍ତ ବେଲ୍ଟରେ ଥିବା ବଟମ ଚିପିବେ। ବେଲଟ ସହ ମୋବାଇଲରେ ଥିବା ଜିପିଏସ୍ ସଂଯୋଗ ହୋଇଥିବାରୁ ତୁରନ୍ତ ସାଇରନ୍ ବାଜିବ। ଏବଂ ପରିବାର ପାଖରେ ପହଁଚିଯିବ ଆପଣଙ୍କ ଲୋକେସନ୍।

ଯୁବତୀଙ୍କ ପାଇଁ ସୁରକ୍ଷା କବଚ
ଇଞ୍ଜିନିୟରିଂ ଛାତ୍ର ଶିଶିର ମଲ୍ଲିକ ତିଆରି କଲେ ସେଫଟି ବେଲ୍ଟ
ଛୁଇଁବା କ୍ଷଣି ବାଜିବ ସାଇରନ୍
ବେଲ୍ଟରେ ଲାଗିଛି ଜିପିଏସ, ଜାଣିହେବ ଠିକଣା

ଏହି ସେଫଟି ବେଲଟ ପ୍ରସ୍ତୁତ କରିବା ପାଇଁ ଶିଶିରଙ୍କୁ ପାଖାପାଖି ଦୁଇ ମାସ ସମୟ ଲାଗିଥିବା ନେଇ ସୂଚନା ରହିଛି। ତେବେ ଗୋଟିଏ ବେଲ୍ଟ ପାଇଁ ଖର୍ଚ୍ଚ ହୋଇଛି ୧୧ଶହ ଟଙ୍କା। ଶିଶିର ଜଣେ ଇଲେକଟ୍ରୋନିକ୍ସ ଇଂଜିନିୟରିଂ ଛାତ୍ର। ପାଠ ପଢା ସରିବା ପରେ ଏକ ଘରୋଇ କଂପାନୀରେ ଚାକିରି କରିଥିଲେ। ପରେ ଅସୁସ୍ଥତା କାରଣରୁ ଚାକିରି ଛାଡି ଜୟପୁରର ଏକ ଘରୋଇ ଫାଇନାନସ କଂପାନୀରେ ଚାକିରି କରୁଛନ୍ତି। ହେଲେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗୋଟିଏ ପରେ ଗୋଟିଏ ଇନୋଭେଟିଭ ପ୍ରୋଜେକଟ୍ ନିର୍ମାଣ କରଇ ପୂରା ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି।

ପୂର୍ବରୁ ଶିଶିର ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ନିର୍ମାଣ କରିଥିଲେ। ପରେ ପରେ ସୀମାରେ ସୈନିକଙ୍କ ସୁରକ୍ଷା ନେଇ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସାମ୍ନାକୁ  ପୁଣି ଆସିଛି ଶିଶିରଙ୍କ ସେଫଟି ବେଲ୍ଟ।

ତେବେ ମୋଟ ଉପରେ କହିବାକୁ ଗଲେ, ଆଜିକାଲି ସମୟରେ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି। କାରଣ ଯେଉଁ ପରି ଭାବରେ କ୍ରାଇମ ହେଉଛି ତାହା ଚିନ୍ତାର କାରଣ ପାଲଟିଛି। ଆଉ ସେହି ସମୟରେ ,ସୁରକ୍ଷାକୁ ନେଇ ଶିଶିରଙ୍କ ବେଲ୍ଟ ଚର୍ଚ୍ଚାରେ ରହିବା ସ୍ୱାଭାବିକ କଥା। ତେବେ କେବେ ବେଲ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ ଚର୍ଚ୍ଚା ଲାଗିରହିଛି।

 

The post ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ….ଜାଣନ୍ତୁ କେମିତି? appeared first on OTV Khabar..



from OTV Khabar. https://ift.tt/391nazq
ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ….ଜାଣନ୍ତୁ କେମିତି? Sarbeswar Mohapatra ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ….ଜାଣନ୍ତୁ କେମିତି? Sarbeswar Mohapatra Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.