ବାଲେଶ୍ୱର: ଫୁଲ ଚାଷ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ। ଫୁଲ ଚାଷ କରି ପରିବାର ପ୍ରତିିପୋଷଣ କରୁଛନ୍ତିି ବାଲେଶ୍ୱର ଏବଂ ଆସିକାରେ ୨ ଫୁଲ ଚାଷୀ। ତେବେ ନିଜେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଫୁଲ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି। ଯୁବପିଢୀ ରୋଜଗାରକ୍ଷମ ନ ହୋଇପାରିଲେ ଏହାକୁ ବିକଳ୍ପ କରିପାରିବେ ବୋଲି କହିଛନ୍ତି ଚାଷୀ।
କ୍ଷେତରେ ଖେଳୁଛି ଗେଣ୍ଡୁ, ଖୁସିରେ ଫୁଲ ଚାଷୀ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଶିଳଶୁଆଁ ଗାଁରେ। ଯୋଗେନ୍ଦ୍ର ମହାନ୍ତି ନାମକ ଜଣେ ଫୁଲ ବ୍ୟବସାୟୀ ପ୍ରାୟ ୩୫ ଡିସିମିଲ ଜମିରେ ଲାଲ ଗେଣ୍ଡୁ, କଲିକତି ସେବତି ପ୍ରଜାତିର ଗେଣ୍ଡୁ ଫୁଲ ଚାଷ କରିଛନ୍ତିି। ୨୦୦୩ ମସିହାରୁ ସେ ଫୁଲ ଚାଷ ଆରମ୍ଭ କରିଛନ୍ତି।
ଫୁଲ ଚାଷ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ
କରି ପରିବାର ପ୍ରତିିପୋଷଣ କରୁଛନ୍ତିି ଚାଷୀ
ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି ଫୁଲ
ଗତ ବର୍ଷ ଅକ୍ଟୋବର ୩୦ରେ କଲିକତାରୁ ଗେଣ୍ଡୁୁ ଫୁଲ ଚାରା ଆଣି ସେ ଚାଷ ଆରମ୍ଭ କରିଥିଲେ। ପ୍ରତିଦିନ ଯୋଗେନ୍ଦ୍ର ପାଖାପାଖି ତିରିଶ କେଜି ଫୁଲ ବିକ୍ରି କରୁଛନ୍ତି। ଫୁଲ ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି।
ସେମିତି ଆଉ ଜଣେ ଫୁଲ ଚାଷୀ ହେଲେ ଗଞ୍ଜାମ ଜିଲ୍ଲା ଆସିକାର ନଟବର ନାହକ। ବୟସ ୫୨ ହେଲାଣି। ନଟବର ସୁରଟରେ କାମ କରୁଥିଲେ। ବୟସ ବଢିବାରୁ ସେ ଗାଁକୁ ଫେରି ଫୁଲ ଚାଷ ଆରମ୍ଭ କଲେ। ଫୁଲ ଚାଷରୁ ଭଲ ରୋଜଗାର ହେବାରୁ ନଟବର ଏବେ ଫୁଲ ଚାଷ କରି ପରିବାର ଚଳାଉଛନ୍ତି। ତେବେ ବିଲ ପାଖରେ ଯଦି ସରକାରଙ୍କ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଆନ୍ତା ତେବେ ଫୁଲ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।
ତେବେ ଆପଣ ଯଦି ଏମାନଙ୍କ ଚାଷଜମିରେ ଘଣ୍ଟାଏ ବୁଲିଆସିବେ ଆପଣ ବି ଖୁସି ହୋଇଯିବେ। କାରଣ ଫୁଲଗଛ ଗୁଡିକ ଏମିତି କ୍ଷେତରେ ହସୁଛି ଯେମିତି କି ସତରେ କିଛି ସେମାନେ କହିବାକୁ ଚାହୁଁଛନ୍ତି ଆଉ ସେମାନଙ୍କ ମନର କଥା ଚାଷୀଭାଇ ବୁଝିପାରୁଛି।
ଧୀରେ ଧୀରେ ହଟୁଛି କରୋନା କଟକଣା, ଆଉ ରୋଜଗାରର ମୁଖ୍ୟ ସ୍ରୋତ ପାଲଟିଛି ଫୁଲ ଚାଷ। ଏମତିରେ ସରକାର ଫୁଲ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଲେ ଚାଷୀ ବହୁତ ଆଗକୁ ଯାଇପାରନ୍ତେ ଓ ଆହୁରି ଅଧିକ ରୋଜଗାର କରିପାରନ୍ତେ ବୋଲି ସେମାନେ କହିଛନ୍ତି।
The post ଫୁଲ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ appeared first on OTV Khabar..
from OTV Khabar. https://ift.tt/3s4hkpJ
No comments: