ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ବନ୍ଧୁକ, ଚେନ୍ନାଇ ଯାଉଥିବା ବେଳେ ଧରା ପଡିଗଲେ

ଭୁବନେଶ୍ୱର,୦୭/୦୧: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଯାଉଥିବା ଜଣେ ଯୁବକଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଛି । ଯୁବକଙ୍କ ବ୍ୟାଗ୍‌ ଯାଞ୍ଚ ବେଳେ ଏକ ବେଆଇନ ବନ୍ଧୁକ ମିଳିଛି । ଯୁବକ ଜଣକ ହେଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା। ଏୟାରପୋର୍ଟ ଥାନା ପୋଲିସ୍‌ ବନ୍ଧୁକ ଜବତ କରିବା ସହ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏୟାର ଏସିଆ ଫ୍ଲାଇଟ୍‌ ନମ୍ବର- ୧୫୧୫୬୩ ଯୋଗେ ରାମଚନ୍ଦ୍ର ପ୍ରଥମେ ବେଙ୍ଗାଲୁରୁ ଯାଇଥାନ୍ତେ। ସେଠାରୁ ଆଉ ଏକ ଫ୍ଲାଇଟରେ  ତାଙ୍କର ଚେନ୍ନାଇ ଯିବା ଯୋଜନା ଥିଲା। ସନ୍ଧ୍ୟା ସାଢ଼େ ୬ଟା ବେଳେ ରାମଚନ୍ଦ୍ର ନୂଆ ଟର୍ମିନାଲରେ ପ୍ରବେଶ କରିଥିଲେ। ଏହାସହ ବ୍ୟାଗ୍‌ରେ ଏକ ଦେଶୀ ବନ୍ଧୁକ ରଖିଥିଲେ । ବିମାନ ବନ୍ଦରରେ ଏକ୍ସ-ରେ ସ୍କାନରରେ ଯାଞ୍ଚ ବେଳେ ତାଙ୍କ ବ୍ୟାଗରେ ଏହି ବନ୍ଧୁକ ଥିବା ଜଣାପଡ଼ିଥିଲା । ଏୟାର ଏସିଆ ସିକ୍ୟୁରିଟି ଇନ୍‌ଚାର୍ଜ ପ୍ରଶାନ୍ତ ଦାଶ ମହାପାତ୍ର ବ୍ୟାଗ୍‌ ଜବତ କରିବା ସହ ଯୁବକଙ୍କୁ ଅଟକ ରଖିଥିଲେ । ସଙ୍ଗେସଙ୍ଗେ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ରାମଚନ୍ଦ୍ରଙ୍କୁ କାବୁ କରିଥିଲେ। କିଛି ସୁରକ୍ଷା କର୍ମୀ ଘେରିଯାଇ ତାଙ୍କୁ ସିକ୍ୟୁରିଟି ରୁମ୍‌କୁ ନେଇ ଯାଇଥିଲେ।

ସୁରକ୍ଷାକର୍ମୀ ବନ୍ଧୁକର ପ୍ରମାଣପତ୍ର ମାଗିଥିଲେ ହେଁ ରାମଚନ୍ଦ୍ର କୌଣସି ଲାଇସେନ୍ସ ଦେଖାଇବାରେ ବିଫଳ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ପ୍ରଶ୍ନର ଓଲଟା ସିଧା ଉତ୍ତର ଦେଇଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ଏୟାରପାର୍ଟ ଥାନାକୁ ହସ୍ତାନ୍ତର କରାଯାଇଥିଲା । ଯୁବକ ଜଣଙ୍କ ପାଖରେ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି। ରାମଚନ୍ଦ୍ର ଚେନ୍ନାଇର ଏକ ନିର୍ମାଣ ସଂସ୍ଥାରେ କାମ କରନ୍ତି। ଚେନ୍ନାଇରେ କାହାରିକୁ ବିକିବା ପାଇଁ କିମ୍ବା କୌଣସି ଅପରାଧ କାର୍ଯ୍ୟ ଘଟାଇବା ପାଇଁ ବନ୍ଧୁକ ନେଉଥିଲେ ବୋଲି ସନ୍ଦେହ କରାଯାଉଛି ।



from Prameya News7 https://ift.tt/38nJJzv
ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ବନ୍ଧୁକ, ଚେନ୍ନାଇ ଯାଉଥିବା ବେଳେ ଧରା ପଡିଗଲେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ବନ୍ଧୁକ, ଚେନ୍ନାଇ ଯାଉଥିବା ବେଳେ ଧରା ପଡିଗଲେ Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.