ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ Sarbeswar Mohapatra

ବ୍ରହ୍ମପୁର: ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ମିଳିଛି ନୂତନ ପରିଚୟ। ୮ ଏକର ଜମିରେ ସାଢ଼େ ୧୨ କୋଟି ଟଙ୍କା ଖର୍ଚ୍ଚରେ ସହରର ମଧ୍ୟଭାଗରେ ଥିବା ଏହି ପୋଖରୀରେ ଏବେ ଏକ ନୂତନ ଜଳାଶୟ ସହ ଉଦ୍ୟାନ ସୃଷ୍ଟି ହୋଇଛି। ତେବେ ଆପଣ ବି  ଥରେ ଏହି ଜଳାଶୟକୁ ଦେଖିଲେ ଆପଣଙ୍କର ମନ ବି ପୁରିଯିବ।

ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ପୂରଣ ହୋଇଛି ଦୀର୍ଘ ବର୍ଷର ସ୍ୱପ୍ନ। ଯାହାକୁ ନେଇ ସ୍ୱପ୍ନ ଦେଖିଥିଲେ ରେଶମ ସହରବାସୀ, ତାହା ସତ ହୋଇଛି। ବ୍ରହ୍ମପୁରକୁ ମିଳିଛି ସୁନ୍ଦର, ବିଶାଳ ଏବଂ ପୁରୁଣା କିନ୍ତୁ ନୂଆ ଅନ୍ଦାଜରେ ରାମଲିଙ୍କେଶ୍ୱର ପୋଖରୀ। ଏବେ ରାମଲିଙ୍କେଶ୍ୱର ଉଦ୍ୟାନ ଭାବେ ଏହି ପୋଖରୀକୁ ମିଳିଛି ନୂତନ ପରିଚୟ। ଜଳାଶୟ ପାଖରେ ଥିବା ଭିଡ଼ ହିଁ ବୟାନ କରୁଛି ସହରବାସୀ କେତେ ଦିନଠୁ ଏହି ଅଞ୍ଚଳର ପୁନଉଦ୍ଧାର ପାଇଁ ଅପେକ୍ଷା କରିଥିଲେ।

ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦ୍ୟାନର ଉଦଘାଟନ କରିଛନ୍ତି। ୮ ଏକରରୁ ଅଧିକ ଜମିରେ ଶହେ ବର୍ଷରୁ ଅଧିକ ପୁରୁଣା ପୁଷ୍କରଣୀରେ ଏହି ଉଦ୍ୟାନ ନିର୍ମାଣ କରାଯାଇଛି। ଜଳାଶୟ ଭିତରେ ବିଶାଳ ଆକୃତିରେ ବିଦ୍ୟମାନ ରହିଛନ୍ତି ମହାଦେବ। ଯାହା ଦେଖିବାକୁ ଯେତେ ଆକର୍ଷଣୀୟ ସେତେ ମନଲୋଭା। ଏହାସହ ପୋଖରୀରେ ରହିଛି ବୋଟିଂ ସମେତ ଏହାର ଚାରିପଟେ ବୁଲିବା ପାଇଁ ସ୍ୱତନ୍ତ୍ର ଫୁଟ୍ ବ୍ରିଜ୍ ।

ଆଖି ଝଳସାଇଲା ଭଳି ଆଲୋକମାଳା ତା ସାଙ୍ଗକୁ ଆତଶବାଜୀ। ବହୁ ବର୍ଷ ଧରି ଏହି ଅଞ୍ଚଳ ବ୍ରହ୍ମପୁର ବାସୀଙ୍କ ମନୋରଞ୍ଜନ ଓ ସଂଧ୍ୟା ଖଟିର ଆସର ଥିଲା। ତେବେ ଲମ୍ବା ସମୟ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା ଏହି ପୋଖରୀ। ତେବେ ୨୦୧୬ରେ ରାମଲିଙ୍ଗ ବନ୍ଧ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ, ଆଉ ଏବେକାର ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ।

ବହୁ ବର୍ଷ ଧରି ବିବାଦ ଘେରରେ ଥିଲା ଏହି ପୋଖରୀ। ମାଲିକାନାକୁ ନେଇ ତ ପୁଣି କେତେବେଳେ ଏହାର ପୁନଃରୁଦ୍ଧାର କାମକୁ ନେଇ । ତେବେ ଶେଷରେ ସାଢ଼େ ୧୨ କୋଟି ଟଙ୍କା ବ୍ୟୟରେ ଏହି ସୁନ୍ଦର ପାର୍କର ଗଠନ ହୋଇପାରିଛି। ରାଜ୍ୟର କିଛି ପ୍ରମୁଖ ଉଦ୍ୟାନ ଭିତରେ ଏବେ ସାମିଲ ହୋଇଛି ରାମଲିଙ୍ଗେଶ୍ୱର ପାର୍କ। ବ୍ରହ୍ମପୁରକୁ ବି ମିଳିଛି ଏବେ ନୂଆ ପରିଚୟ। ତାସହ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ।

The post ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ appeared first on OTV Khabar..



from OTV Khabar. https://ift.tt/2Xdz4kt
ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ Sarbeswar Mohapatra ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ Sarbeswar Mohapatra Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.