ଚିଲିକାରେ ଚାଲିଛି ପକ୍ଷୀ ଗଣନା Sarbeswar Mohapatra

ଚିଲିକା: ଆଜି ଚିଲିକା ହ୍ରଦରେ ହେଉଛି ପକ୍ଷୀ ଗଣନା। ଲୁଣା ହ୍ରଦ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି ସକାଳ। ମିଳିଥିବା ସୂଚନା ଅନୁସାରେ, ସକାଳ ୬ଟା ରୁ ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ। ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି। ଏହି ଟିମରେ ପାଖାପାଖି ୧୧୧ ଜଣ ସଦସ୍ୟ ରହିଛନ୍ତି। ଏହାସହ ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।

୨୧ଟିମ ମଧ୍ୟରୁ ୧୯ଟି ଟିମ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ। ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି CDA କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଦସ୍ୟ ମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା।

ସେପଟେ, ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳରେ ଚାଲିଛି ପକ୍ଷୀ ଗଣନା । ଶୀତ ଋତୁରେ ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡ଼ିଶା ଆଡ଼କୁ ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ବାଟ ଉଡ଼ି ଆସିଥାନ୍ତି  ବିଦେଶୀ ପକ୍ଷୀ । ଏହି ପକ୍ଷୀମାନେ ମୟୁରଭଞ୍ଜ ଜିଲ୍ଲାର ଅନେକ ଜଳାଶୟରେ ମଧ୍ୟ ଆସି ରହିଥାନ୍ତି । ପକ୍ଷୀ ମାନଙ୍କର ସଂରକ୍ଷଣ, ସେମାନଙ୍କ ପ୍ରଜାପତିର ଚିହ୍ନଟଓ ଗତିବିଧିକୁ ଜାଣିବା ପାଇଁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଅଛି । ମୟୁରଭଞ୍ଜ ଜିଲ୍ଲାର ତିନୋଟି ବନଖଣ୍ଡ ଅଧିନ ପାଉଁଶିଆ, ହଳଦିଆ, କାଳ, ନେସା, ବାଙ୍କବଳ, ସମେତ ଶହେରୁ ଅଧିକ ଜଳାଶୟରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି । ପକ୍ଷୀ ଗଣନା କାର୍ଯ୍ୟରେ ବନବିଭାଗ ଅଧିକାର ,ବନପାଳ, ପକ୍ଷୀ ଗବେଷକ ମାନେ ନିୟୋଜିତ ହୋଇ ପକ୍ଷୀ ମାନଙ୍କର ରେକର୍ଡ ରଖିବେ । ଜିପିଏସ୍ କ୍ୟାମେରାରେ ଚାଲିଛି ଏହି ପକ୍ଷୀଗଣନା ।

ସେହିଭଳି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୋଣାର୍କ, ଅସ୍ତରଙ୍ଗ, ବାଲୁଖଣ୍ଡ, ଗୋପ ଏବଂ ବ୍ରହ୍ମଗିରି ରେଞ୍ଜରେ ଥିବା ସମସ୍ତ ଆଦ୍ରଭୂମି ଗୁଡିକରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୫ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଶେଷଜ୍ଞ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ ଦ୍ୱାରା ପକ୍ଷୀ ଗଣନା ଚାଲିଛି ଜିପିଏସ୍, କ୍ୟାମେରାରେ ଚାଲିଛି ପକ୍ଷୀ ଗଣନା । ବ୍ରହ୍ମଗିରିରେ ବି ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ଏଥିଲାଗି ରେଞ୍ଜକୁ ୪ଟି ଜୋନରେ ଭାଗ କରାଯାଇଛି । ଏଥିରେ ସୁନାମୁହିଁରୁ ବିରିକୁଦ, ବ୍ରହ୍ମଗିରି , କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦ ଯାଏଁ ଗଣନା ଚାଲିଛି । ଗତବର୍ଷ ଏହି ରେଞ୍ଜରେ ୧୦୧ ପ୍ରଜାତିର ପ୍ରାୟ ୯୦ ହଜାର ୭୬୩ଟି ବଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲେ ।

The post ଚିଲିକାରେ ଚାଲିଛି ପକ୍ଷୀ ଗଣନା appeared first on OTV Khabar..



from OTV Khabar. https://ift.tt/2KTsw8d
ଚିଲିକାରେ ଚାଲିଛି ପକ୍ଷୀ ଗଣନା Sarbeswar Mohapatra ଚିଲିକାରେ ଚାଲିଛି ପକ୍ଷୀ ଗଣନା Sarbeswar Mohapatra Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.