କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏଠାରେ ଘୋଷଣା ହେଲା ଲକ୍‌ଡାଉନ୍‌ Rajalaxmi Sahoo

ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍ ସୋମବାର ଏହି ଘୋଷଣା କରିଛନ୍ତି।

ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ stay-at-home ଲକ୍‌ଡାଉନ୍ ବଳବତ୍ତର ରହିବ। ମହାମାରୀ କରୋନା ଭାଇରସ୍‌ ଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍ ଏହି ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ବୁଧବାରଠୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। କେବଳ ଜରୁରୀ କାମରେ ଲୋକେ ଘରୁ ବାହାରି ପାରିବେ। ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯେପରି ଭାବେ ବଢ଼ି ଚାଲିଛି, ଆମକୁ ଆହୁରି ସଂଘର୍ଷ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ କହିଛନ୍ତି।

ସୂଚନାଥାଉ କି, କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ନଭେମ୍ବର ୫ରୁ ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଥିଲା। ଲକ୍‌ଡାଉନ୍‌ ନେଇ ନଭେମ୍ବର ୧ ତାରିଖରେ ଘୋଷଣା ହୋଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିଥିଲା।

ଲକଡାଉନ୍ ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଥିବା ବେଳେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଉଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍। କରୋନା ସଂକ୍ରମଣ ବଢୁଥିବାରୁ ବାଧ୍ୟ ହୋଇ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ ଜନ୍‌ସନ୍ କହିଥିଲେ। ଆଉ ଏବେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି।

ଅନ୍ୟପକ୍ଷରେ, କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଭାଇରସ୍‌ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ। କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଏ ସମ୍ପର୍କରେ ବ୍ରିଟେନ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ପ୍ରଥମେ ଯେତେବେଳେ ୟୁକେରେ ୨ ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିଲା, ଏମାନେ କିଛି ସପ୍ତାହ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ତେବେ ସଂକ୍ରମଣ ବ୍ୟାପିବା ଆଗରୁ ବ୍ରିଟେନ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କାହିଁକି ନା କରୋନାର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ଭାଇରସ୍‌ ଅପେକ୍ଷା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି କିମ୍ବା ରୋଗୀ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ କୁହାଯାଇଥିବା ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ସଚିବ ସୂଚନା ଦେଇଛନ୍ତି।

The post କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏଠାରେ ଘୋଷଣା ହେଲା ଲକ୍‌ଡାଉନ୍‌ appeared first on OTV Khabar..



from OTV Khabar. https://ift.tt/2Xc6MH2
କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏଠାରେ ଘୋଷଣା ହେଲା ଲକ୍‌ଡାଉନ୍‌ Rajalaxmi Sahoo କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏଠାରେ ଘୋଷଣା ହେଲା ଲକ୍‌ଡାଉନ୍‌ Rajalaxmi Sahoo Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.