ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍ Rajalaxmi Sahoo

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଆଜିଠୁ ସ୍କୁଲ୍ ଖୋଲିଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ସ୍କୁଲ୍‌ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି।

ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସିଟ୍‌ରେ ଛାତ୍ରଛାତ୍ରୀ ବସିବେ। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।

ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍‌ ଓ୍ୱାଶ୍‌ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳିଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍‌ରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି ନିକଟସ୍ଥ ମେଡିକାଲ ଟିମ୍‌କୁ ସୂଚନା ଦେବେ କର୍ତ୍ତୃପକ୍ଷ। ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କେହି ଯାଇପାରିବେନି।

ଛୁଟି ପରେ ପୁଣିଥରେ ସବୁ ରୁମ୍‌କୁ ସାନିଟାଇଜ କରାଯିବ। ସ୍କୁଲ୍‌କୁ ଛାତ୍ରଛାତ୍ରୀ ଅଭିଭାବକଙ୍କ ସହମତି ପତ୍ର ନେଇ ଆସିବେ।

ତେବେ ସ୍କୁଲ୍‌ ଖୋଲିଲେ କେମିତି କେମିତି ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ। ମନ୍ତ୍ରୀ କହିଥିଲେ, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସନ ହେବ। ଏହି ସମୟରେ ସାନିଟାଇଜେସନ୍‌ ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ।

ଯେଉଁଠି ଶିକ୍ଷକଙ୍କ ଆବଶ୍ୟକତା ଥିବ ସେଠାରେ ଶିକ୍ଷକ ପଦବୀ ପୂରଣ ଲାଗି ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ତେବେ ସିଲାବସ୍‌ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ।

ମେ’ ୩ରୁ ମାଟ୍ରିକ୍‌ ପରୀକ୍ଷା ଓ ମେ’ ୧୫ରୁ +୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିନିମନ୍ତେ କୋଭିଡ୍‌ ନିୟମ ପାଳନ କରି ସ୍କୁଲ୍‌, ହଷ୍ଟେଲ୍‌ ଆଦି ଖୋଲିବା ପାଇଁ SOP ଜାରି କରାଯାଇଛି।

ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍:-

  • କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ।
  • କଣ୍ଟେନମେଣ୍ଟ ଜୋନ୍‌ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା।
  • କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ।
  • ସ୍କୁଲ୍‌ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ।
  • ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି।
  • କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।
  • କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ।
  • କ୍ଲାସ ରୁମ୍‌ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବେ।

The post ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍ appeared first on OTV Khabar..



from OTV Khabar. https://ift.tt/2LcdlqG
ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍ Rajalaxmi Sahoo ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ୍ Rajalaxmi Sahoo Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.