ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମହନ୍ତ ଗିରଫ : ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ ଲୁହା ରଡ୍

ବଦାୟୁ ୮।୧: ଉତ୍ତରପ୍ରଦେଶ ବଦାୟୁରେ ବୀଭତ୍ସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମହନ୍ତ ସତ୍ୟନାରାୟଣକୁ ଗିରଫ କରିଛି ପୋଲିସ । ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ମହନ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଯେଉଁ ଗାଁରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ସେହି ଗାଁରେ ଲୁଚି ରହିଥିଲା । ଏହି ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତକୁ ପୋଲିସ ପୂର୍ବରୁ ଗିରଫ କରିସାରିଥିଲା । ସତ୍ୟନାରାୟଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା ପୋଲିସ ।

ଅଭିଯୁକ୍ତମାନେ ଜାନୁଆରୀ ୩ ତାରିଖରେ ଏଭଳି ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଘଟାଇଥିଲେ । ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହନ୍ତ ସତ୍ୟନାରାୟଣ ଫେରାର ଥିଲା । ସତ୍ୟନାରାୟଣଙ୍କୁ ଖୋଜିବା ପାଇଁ ୟୁପି ପୋଲିସର ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ଉତ୍ତରପ୍ରଦେଶ ପୋଲିସର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ୍ କରି ଗୁରୁବାର ରାତିରେ ସତ୍ୟନାରାୟଣକୁ ଗିରଫ କରିଛି । ଯେଉଁ ଗାଁରେ ଏହି ଜଘନ୍ୟକାଣ୍ଡ ଘଟାଇଥିଲା ସେହି ଗାଁରେ ମହନ୍ତ ଲୁଚି ରହିଥିବା ବେଳେ ଗିରଫ କରିଛି ପୋଲିସ । ପୋଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି ।

ବଦାୟୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଅତି ବୀଭତ୍ସ ଥିଲା । ଅଭିଯୁକ୍ତମାନେ ପୀଡିତାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଇଥିଲେ । ମହିଳାଙ୍କ ଗୋଡ ମଧ୍ୟ ଭାଙ୍ଗିଯାଇଥିଲା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଏପରିକି ତାଙ୍କ ଫୁସଫୁସରେ ମଧ୍ୟ ଆଘାତ ଲାଗିଥିଲା । ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦିଲ୍ଲୀ ନିର୍ଭୟାକାଣ୍ଡକୁ ପୁଣି ଥରେ ମନେପକାଇ ଦେଇଥିଲା ।



from Prameya News7 https://ift.tt/3nk7yMI
ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମହନ୍ତ ଗିରଫ : ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ ଲୁହା ରଡ୍ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମହନ୍ତ ଗିରଫ : ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ ଲୁହା ରଡ୍ Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.