ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା  Kanak News

କନକ ବ୍ୟୁରୋ : ପୁଅ ପାଇଁ ୭ ବର୍ଷର ସଂଗ୍ରାମ ଫେଲ ମାରିବା ପରେ ଏବେ ନିଶ୍ବ ହୋଇଯାଇଛନ୍ତି ମା ଓ ବାପା । ବାପା ଜଣେ ଗରିବ ଖଟିଖିଆ ପାନ ଦୋକାନୀ ହୋଇଥିବା ବେଳେ, ଏକମାତ୍ର ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମେଡିକାଲ ଦୌଡି ଦୌଡି ସବୁ ଅର୍ଥ ଖର୍ଚ ହୋଇଯିବା ପରେ ଏବେ ଏକମାତ୍ର ଭରସା ସରକାର । ସରକାର ଗୁହାରୀ ଶୁଣିଲେ ଦିବ୍ୟ ପାଇବ ନୂଆ ଜୀବନ । ଏଭଳ ଏକ ଖବର ଆସିଛି କଟକ ଜିଲ୍ଲା ନିଆଳି ଜଲାରପୁର ଗାଁରୁ ।

ପୁଅ ପାଇଁ ମାର ଆକୁଳ ନିବେଦନ । କଟକ ନିଆଳି ଜଲାରପୁରର ଦିପ୍ତିରଂଜନ ରାଉତ ପ୍ରଜ୍ଞାପରମିତା ରାଉତଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି ରାଉତ । ବୟସ-୧୦ ବର୍ଷ ,ତୃତୀୟ ଶ୍ରେଣୀର ଛାତ୍ର । ଦିବ୍ୟଙ୍କ କଅଁଳ ଦେହରେ ଭରିଯାଇଛି ଅନେକ ଦୁଃଖ ! ପାଠ ପଢିବାକୁ ଇଛା, ଭଲ ମଣିଷଟେ ହେବାକୁ ସ୍ବପ୍ନ.ହେଲେ ଭାଗ୍ୟ ସାଥି ଦେଉନି. ନିସ୍ପାପ ଶିଶୁକୁ ଆକ୍ରନ୍ତ କରୁଛି ଡିଏମଡି ରୋଗ ! ଅସ୍ବାଭାବିକ ଅଚରଣ କରୁ୍‌ଥିବା ପୁଅ ପାଇଁ ବ୍ୟଥିତ ହୋଇ ପଡିଛନ୍ତି ବାପା ମାଆ । ଏ ରୋଗ କଣ …. କଣ ହୋଇ ପାରେ ଏହାର ଭୟାବହତା..ତାହ କେବଳ ଡାକ୍ତରମାନେ ଜାଣନ୍ତି…ହେଲେ ଦିବ୍ୟଜ୍ୟୋତିକୁ ଭଲ କରିବା ପାଇଁ ଏ ମେଡିକାଲରୁ ସେ ମେଡିକାଲ ଘୁରି ବୁଲୁଛନ୍ତି ବାପା ମାଆ ।

ଏପରି ସ୍ଥିତିରେ ଦିବ୍ୟଜ୍ୟୋତିଙ୍କ ପରିବାର ସାଥିରେ ସାମିଲ ହୋଇଛି କନକ ନ୍ୟୁଜ । ଅ।ମ ପ୍ରତିନିଧୀ ଦିବ୍ୟଜ୍ୟୋତିକୁ ନେଇ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପରାମର୍ଶ କରିଥିଲେ । ଡାକ୍ତର ଯାହା କହିଲେ ତାହା ତାଜୁବ କରିଦେଲା ଭଳି, ଡି.ଏମ୍.ଡି ଏକ ବିରଳ ରୋଗ ଯାହାର ଚିକିତ୍ସା ଅନେକ ଅର୍ଥର ଆବଶ୍ୟକ, ଯାହା ଯୋଗାଡ କରିବା ଦିବ୍ୟ ଜ୍ୟୋତିଙ୍କ ପରିବାର ପାଇଁ ଅସମର୍ଥ.ଏପରି ସ୍ଥିତିରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟ ମନ୍ତ୍ରୀକୁ ସହାୟତା ପାଇଁ ନିବେଦନ କରିଛନ୍ତି ଦିବ୍ୟଜ୍ୟୋତିଙ୍କ ପରିବାର ଓ ଗ୍ରାମବାସୀ ।



from Kanak News https://ift.tt/2Lbrbtm https://ift.tt/39fCPey
ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା  Kanak News ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା  Kanak News Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.