ପ୍ରେମୀ ଯୁଗଳଙ୍କ ପାଇଁ କରୋନା ସଂକ୍ରମିତ ହେଲେ ପୋଲିସ ବାବୁ, ଧରିବାକୁ ଯାଇ ହେଲେ କୋଭିଡ୍ ଆକ୍ରାନ୍ତ, ଆଇସୋଲେସନରେ ଥାନା ଅଧିକାରୀଙ୍କ ସହ ୪ କର୍ମଚାରୀ

କେନ୍ଦ୍ରାପଡ଼ା ୦୫/୦୧: ପ୍ରେମୀଯୁଗଳଙ୍କୁ ଧରିବାକୁ ଯାଇ ପୋଲିସ ହଟହଟା । କରୋନା ସଂକ୍ରମିତ ହୋଇ ଫେରିଲେ ଥାନା ବାବୁ । ଫେରାର୍‌ ପ୍ରେମୀଯୁଗଳଙ୍କୁ ଧରିବାକୁ ଯାଇ କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ରାପଡା ସଦର ପୋଲିସ ଟିମ୍‌ । ପ୍ରେମୀଯୁଗଳଙ୍କ ସହ ସଦର ଥାନା ଆଇଆଇସି ଓ ଥାନାର ଜଣେ ଲେଖାଏଁ ଏସ୍‌ଆଇ, ଏଏସ୍‌ଆଇ ଓ କନ୍‌ଷ୍ଟେବଲ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରାୟ ୩ ମାସ ଆଗରୁ ତାଙ୍କ ପ୍ରେମିକଙ୍କ ସହ ଫେରାର୍‌ ହୋଇଯାଇଥିଲେ। ସେମାନେ ଘରୁ ଗୋପନରେ ପଳାୟନ କରିବା ପରେ ମନ୍ଦିରରେ ବିବାହ କରିଥିଲେ । ଏହାପରେ ସେମାନେ ପାରାଦୀପରେ ଘର ଭଡ଼ାନେଇ ରହୁଥିଲେ। ପ୍ରେମିକଙ୍କ ଘର ମହାକାଳପଡ଼ା ଥାନା ଅଞ୍ଚଳରେ। ସେମାନେ ପରସ୍ପରର ସହମତିରେ ଯାଇଥିଲେ ମଧ୍ୟ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିବାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଫୋନ୍‌କଲ ଟ୍ରେସିଂ କରି ସେମାନେ ପାରାଦୀପ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା ।

ଏହାପରେ ପରେ ସଦର ଆଇଆଇସି ପ୍ରମୋଦ କୁମାର ମଲିକଙ୍କ ନେତୃତ୍ୱରେ ଏସ୍‌ଆଇ ଶୁଭପ୍ରିୟା ରାଉତ, ଏଏସ୍‌ଆଇ ସୁଦର୍ଶନ ସାମଲ ଓ କନେଷ୍ଟବଳ ସୁନୀଲ ମହାନ୍ତି ପ୍ରମୁଖ ସେଠାରେ ଚଢ଼ଉ କରି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବାରୁ ସେମାନେ ପଜିଟିଭ ବୋଲି ଜଣାପଡ଼ିଥିଲେ ।

ଯେହେତୁ ସେମାନଙ୍କୁ ପୁଲିସ ଟିମ୍‌ ଆଣିବାକୁ ଯାଇଥିଲା, ସେମାନଙ୍କର କୋଭିଡ୍‌-୧୯ ପରୀକ୍ଷା କରାଯିବାରୁ ପଜିଟିଭ୍‌ ରିପୋର୍ଟ ଆସିଥିଲା। ପ୍ରେମୀଯୁଗଳଙ୍କୁ ଛତାସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀମାନେ ହୋମ୍‌ ଆଇସୋଲେସନରେ ରହିଛନ୍ତି ।



from Prameya News7 https://ift.tt/3nb4mmF
ପ୍ରେମୀ ଯୁଗଳଙ୍କ ପାଇଁ କରୋନା ସଂକ୍ରମିତ ହେଲେ ପୋଲିସ ବାବୁ, ଧରିବାକୁ ଯାଇ ହେଲେ କୋଭିଡ୍ ଆକ୍ରାନ୍ତ, ଆଇସୋଲେସନରେ ଥାନା ଅଧିକାରୀଙ୍କ ସହ ୪ କର୍ମଚାରୀ ପ୍ରେମୀ ଯୁଗଳଙ୍କ ପାଇଁ କରୋନା ସଂକ୍ରମିତ ହେଲେ ପୋଲିସ ବାବୁ, ଧରିବାକୁ ଯାଇ ହେଲେ କୋଭିଡ୍ ଆକ୍ରାନ୍ତ, ଆଇସୋଲେସନରେ ଥାନା ଅଧିକାରୀଙ୍କ ସହ ୪ କର୍ମଚାରୀ Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.