ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ Kanak News

କନକ ବ୍ୟୁରୋ : ବାରିପଦାରୁ ଆସିଛି ଭିଜିଲାନ୍ସ ଚଢାଉର ଖବର । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ନଗଦ ଲକ୍ଷେ ୧୦ ହଜାର ଟଙ୍କା ସହିତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୟୂରଭଂଜ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ । ତାଙ୍କର ବାସଭବନରେ ଚଢଉ କରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବାରିପଦା ସହରର ଧରୁଜଟି ଦାସଙ୍କ ନିକଟରୁ ବାୟୋଫ୍ଲକ ଏବଂ ଅନ୍ୟ ଏକ ଯୋଜନାରେ ଦୁଇଟି ମତ୍ସ୍ୟ ପ୍ରକଳ୍ପର ମଂଜୁରୀ କରାଇଦେବାକୁ ସେ ୧ ଲକ୍ଷ ୧୦ ହଜାର ଟଙ୍କାର ଲାଂଚ ନେଇଥିବା ଜଣାପଡିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା ।

ସେପଟେ ଭିଜିଲାନ୍ସ ଜାଲରେ ଭବାନୀପାଟଣା କୁଟୁରୁଖଣାର ସେକ୍ଟରର ଆଇସିଡିଏସ ସୁପରଭାଇଜର ରାଧାରାଣୀ ଦେଇ । ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହାଣ୍ଡରେ ଗିରଫ କରିଛି । ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସର ଅଣ୍ଡା ଓ ପନିପରିବା ବାବଦର ବିଲ୍ ପାସ୍ କରିଦେବା ପାଇଁ କୁରୁମାଚୁଆଁ ଅଙ୍ଗନୱାଡି ଦିଦିଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଲାଂଚ ଟଙ୍କାକୁ ଆଇସିଡିଏସ ନେବା ସମୟରେ ନୂଆପଡା ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କୁ ଗିରଫ କରିଛି ।



from Kanak News https://ift.tt/2KF6q9k https://ift.tt/35x0C8L
ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ Kanak News ଭିଜିଲାନ୍ସ ଜାଲରେ ମତ୍ସ୍ୟ ସଂପଦ ଅଧିକାରୀ : ମତ୍ସ୍ୟ ପ୍ରକଳ୍ପ ମଂଜୁରୀ କରାଇଦେବାକୁ ନେଇଥିଲେ ଲକ୍ଷେ ୧୦ ହଜାର ଲାଂଚ; ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.