ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ… Kanak News

କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ବ୍ୟତୀତ ଆହୁରି ୪ ପ୍ରକାର କୋଭିଡ୍‌ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଧାଡ଼ିରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ନିର୍ମାତାମାନେ ନିକଟ ଭବିଷ୍ୟତରେ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ିପାରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କୋଭିସିଲ୍‌ଡ ଓ କୋଭାକ୍ସିନ୍‌କୁ ଭେଷଜ ମହାନିୟନ୍ତ୍ରକଙ୍କ ଠାରୁ ଆବଶ୍ୟକ ଅନୁମତି ମିଳିସାରିଛି ଏବଂ ଆସନ୍ତା ୧୬ ତାରିଖରୁ ଉକ୍ତ ଦୁଇଟି ଟିକାର ବିନିଯୋଗରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି ଅବସରରେ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଦେଶର ୧୩ଟି ଟିକା ବିତରଣ କେନ୍ଦ୍ରକୁ ପ୍ରଥମ ଦଫାରେ କୋଭିସିଲ୍‌ଡ ଟିକାର ୫୪.୭୨ ଲକ୍ଷ ମାତ୍ରା ପରିବହନ କରାସରିଛି । ତେବେ ଏହାର ମୂଲ୍ୟ ସମ୍ପର୍କରେ କମ୍ପାନି ସିଇଓ ଆଦର ପୁନାଵାଲା କହିଛନ୍ତି ଯେ ପ୍ରଥମ ୧୦କୋଟି ମାତ୍ରାକୁ ଏକ ବିଶେଷ ରିହାତି ଦର ମାତ୍ରା ପିଛା ୨୦୦ଟଙ୍କାରେ ସରକାରଙ୍କୁ ଯୋଗାଇ ଦିଆଯିବ। ଏହା ପରେ ଖୋଲା ବଜାରରେ ଏହି ଟିକା ମାତ୍ରା ପିଛା ହଜାରେ ଟଙ୍କାରେ ଉପଲବ୍‌ଧ ହେବ ବୋଲି ସେ କହିଛନ୍ତି। ସେହିପରି ସରକାର ମଧ୍ୟ ଭାରତ ବାୟୋଟେକ୍‌ କମ୍ପାନି ଠାରୁ କୋଭାକ୍ସିନ୍‌ ଟିକାର ୫୫ ଲକ୍ଷ ମାତ୍ରା ଖରିଦ କରି ସାରିଛନ୍ତି। ତେବେ ଏଥିରୁ ସାଢ଼େ ୧୬ ଲକ୍ଷ ମାତ୍ରା କମ୍ପାନି ବିନାମୂଲ୍ୟରେ ସରକାରଙ୍କୁ ଯୋଗାଇଦେଇଥିବା ବେଳେ ବାକି ସାଢ଼େ ୩୮ ଲକ୍ଷ ଟିକାର ମୂଲ୍ୟ ମାତ୍ରା ପିଛା ୨୯୫ ଟଙ୍କା ରହିଛି। ମାଗଣା ସଂଖ୍ୟାକୁ ବିଚାରକୁ ନେଲେ ମୋଟାମୋଟି ଭାବେ କୋଭାକ୍ସିନ୍‌ର ମୂଲ୍ୟ ମାତ୍ରା ପିଛା ୨୦୬ ଟଙ୍କା ପଡୁଛି।

ବଜାରରେ ଉପଲବ୍‌ଧ ଅନ୍ୟ ଟିକାଗୁଡ଼ିକର ମୂଲ୍ୟ ଏହି ପ୍ରକାର ରହିବ: ଫାଇଜର-ବାୟୋଏନ୍‌ଟେକ୍‌ ଟିକା ମାତ୍ରା ପିଛା ୧,୪୩୧ ଟଙ୍କା, ମଡର୍ଣ୍ଣା ଟିକାର ମାତ୍ରା ୨,୩୪୮ଟଙ୍କାରୁ ୨,୭୧୫ ଟଙ୍କା ଭିତରେ, ସିନୋଫାର୍ମ(ଚୀନୀ) ଟିକା ୫,୬୫୦ ଟଙ୍କା, ସିନୋଭାକ୍‌-ବାୟୋଟେକ୍‌ ଟିକା ୧,୦୨୭ ଟଙ୍କା, ନୋଭାମାକ୍ସ ଟିକା ୧,୧୨୪ ଟଙ୍କା, ଗମାଲେୟା(ରୁଷୀୟ) ଟିକା ୭୩୪ ଟଙ୍କା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ଦ୍ବରା ପ୍ରସ୍ତୁତ ଟିକାର ମାତ୍ରା ମଧ୍ୟ ୭୩୪ ଟଙ୍କା ପଡ଼ିବ ବୋଲି ଜଣାଯାଇଛି।



from Kanak News https://ift.tt/38HunWM https://ift.tt/3sqq4qi
ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ… Kanak News ଭାରତରେ କେଉଁ କରୋନା ଟିକାର ମୂଲ୍ୟ କେତେ? କାହାର ମୂଲ୍ୟ ସବୁଠୁ କମ୍ ରହିଛି? ଜାଣନ୍ତୁ… Kanak News Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.