ମୃତ୍ୟୁ ଆସେ ଏମିତି : ମର୍ଣ୍ଣିଂ ୱାର୍କ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ; ଘଟଣାସ୍ଥଳରେ ହିଁ ମୃତ୍ୟୁ Kanak News

କନକ ବ୍ୟୁରୋ : ମୃତ୍ୟୁ ଆସେ ଏମିତି । ମର୍ଣ୍ଣିଂ ୱାର୍କ ବେଳେ ଯାଜପୁର ସଦର ଥାନା କେତକିଆ ଛକ ନିକଟରେ ଜଣେ ଯୁବତୀଙ୍କ ଉପରେ ଚଢିଯାଇଛି ଟ୍ରକ । ମୃତ ଯୁବତୀ ହେଲେ ବରୁହାଁ ଗାଁର ବର୍ଷାରାଣୀ ଜେନା । ବର୍ଷାରାଣୀ ସାଙ୍ଗଙ୍କ ସହିତ ମର୍ଣ୍ଣିଂ ୱାର୍କରେ ଯାଇଥିଲେ । ସେହି ସମୟରେ ‘ଚିପ୍‌ସ୍‌’ ନେଇ ଆସୁଥିବା ‘ଓଆର୍‌-୦୪ଏଚ୍‌-୭୨୭୪’ ନମ୍ବରଧାରୀ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲ।

କିନ୍ତୁ, ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାକାର ଡାକ୍ତରମାନେ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି। ସଦର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଛନ୍ତି।



from Kanak News https://ift.tt/3hSKIuw https://ift.tt/3orYVAX
ମୃତ୍ୟୁ ଆସେ ଏମିତି : ମର୍ଣ୍ଣିଂ ୱାର୍କ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ; ଘଟଣାସ୍ଥଳରେ ହିଁ ମୃତ୍ୟୁ Kanak News ମୃତ୍ୟୁ ଆସେ ଏମିତି : ମର୍ଣ୍ଣିଂ ୱାର୍କ ବେଳେ ଯୁବତୀଙ୍କ ଉପରେ ଚଢିଗଲା ଟ୍ରକ; ଘଟଣାସ୍ଥଳରେ ହିଁ ମୃତ୍ୟୁ Kanak News Reviewed by SUBHENDU BARAL on January 07, 2021 Rating: 5

No comments:

Powered by Blogger.