ଆଜି ବସୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,୦୬/୦୧: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନ ମଧ୍ୟରେ ବୁଧବାର ଭିଡିଓ କନଫରେନ୍ସିଂ ଯୋଗେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୃଷି ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ସୂତ୍ରାନୁସାରେ ବୈଠକରେ, ଓବିସି ବର୍ଗ ପାଇଁ ଥିବା ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ।

ଗତବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓବିସି ବର୍ଗୀକରଣ ପ୍ରସଙ୍ଗର ଯାଞ୍ଚ କରୁଥିବା ଆୟୋଗଙ୍କ କାର୍ଯ୍ୟକାଳକୁ ୬ ମାସ ଅର୍ଥାତ ଜାନୁଆରୀ ୩୧ ଯାଏଁ ବୃଦ୍ଧି କରିବାକୁ ମଞ୍ଜୁରି ମିଳିଥିଲା । ବୁଧବାର ନିର୍ଦ୍ଧାରିତ ମନ୍ତ୍ରୀମଣ୍ଡଳର ବୈଠକରେ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରେ ।

ଏହି ଆୟୋଗଙ୍କୁ ସମ୍ବିଧାନର ଅନୁଚ୍ଛେଦ ୩୪୦ ଆଧାରରେ ୨୦୧୭ରେ ଗଠନ କରାଯାଇଥିଲା । ନ୍ୟାୟମୂର୍ତ୍ତି ଜି ରୋହିଣୀଙ୍କ ଅଧ୍ୟକ୍ଷତାରେ ଏହି ଆୟୋଗ ନିଜ କାମ ଅକ୍ଟୋବର ୨୦୧୭ରୁ ଆରମ୍ଭ କରିଦେଇଥିଲେ । ଆୟୋଗ ଅନ୍ୟ ପଛୁଆ ବର୍ଗଙ୍କୁ ଉପବର୍ଗୀକରଣ କରିଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଓ ରାଜ୍ୟ ଓବିସି ଆୟୋଗଙ୍କ ସହ ବିଚାର ବିମର୍ଶ କରୁଛନ୍ତି ।



from Prameya News7 https://ift.tt/2JTNJyg
ଆଜି ବସୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା ଆଜି ବସୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.