ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ, ଏବେସୁଦ୍ଧା ବନ୍ଧା ହେଲେଣି ୫

ମାହାଙ୍ଗା,୦୬/୦୧:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଆଉ ଜଣେ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବରୁ ୪ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏବେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ନୁର୍ତଙ୍ଗ ଗ୍ରାମରେ ଚଢଉ କରି ଅନ୍ୟତମ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ପୂର୍ବରୁ ପୋଲିସର ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଅଭିଯୁକ୍ତକୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ (୨୮) ଏବଂ ବାପା ଧ୍ରୁବ ଚରଣ ସେଠୀଙ୍କୁ ନେଇ କଟକ ଅତିରିକ୍ତ ଏସପିଙ୍କ ତତ୍ବାବଧାନରେ ଘଟଣାସ୍ଥଳକୁ ଯାଇ ମକ୍ ଡ୍ରିଲ୍ କରାଯାଇଥିଲା । ହତ୍ୟାକାଣ୍ଡ ଘଟାଇଥିବା ଖଣ୍ଡାଟିକୁ ପୋଲିସକୁ ଦେଖାଇଥିବା ଓ ପୋଲିସ ସେହି ଖଣ୍ଡାଟିକୁ ଜବତ କରିଥିଲା ।

ଏତତ୍ ବ୍ୟତୀତ, କଟକ ଗ୍ରାମାଞ୍ଚଳ ଏସପି ମାହାଙ୍ଗା ଥାନାରେ ଏକ ପ୍ରେସମିଟରେ ଏହାର ଖୁଲାସା କରିବା ସହିତ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି କହିଥିଲେ । କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଥିଲା ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ଏସପି ତଦନ୍ତ  ପରେ ସୂଚନା ଦିଆଯିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏଥିସହ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଦିନରେ ୨ ଜଣଙ୍କୁ ହତ୍ୟା କରାଯାଇଥିଲା।



from Prameya News7 https://ift.tt/39kn6LF
ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ, ଏବେସୁଦ୍ଧା ବନ୍ଧା ହେଲେଣି ୫ ମାହାଙ୍ଗା ଡବଲ ମର୍ଡର ଘଟଣା : ଆଉ ଜଣେ ମାଷ୍ଟରମାଇଣ୍ଡ ଗିରଫ, ଏବେସୁଦ୍ଧା ବନ୍ଧା ହେଲେଣି ୫ Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.