ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୂର୍ବତଟ ରେଳପଥରେ ଗଡିବ ଆଉ ୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର, ୦୩/୦୧: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ପୂର୍ବତଟ ରେଳପଥରୁ ଚାଲିବ ୧୦ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍‌ । ଏହି ଟ୍ରେନ୍ ପୁରୀରୁ ହାୱଡ଼ା ଏବଂ ଯଶୋବନ୍ତପୁରକୁ ଚାଲିବ । ସେହିପରି ସମ୍ୱଲପୁରରୁ ନାନ୍ଦେଡ଼୍‌ ଓ ବିଶାଖାପାଟଣାରୁ ଏଲ୍‌ଟିଟି ଓ କାଚିଗଡ଼ୁାକୁ ବି ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌ । ପୂର୍ବତଟ ରେଳପଥରୁ ୩୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ପୁରୀ-ହାୱଡ଼ା ସ୍ପେଶାଲ୍‌ ଟ୍ରେନ୍‌ ପୁରୀରୁ ଫେବ୍ରୁଆରୀ ୧ରୁ ପ୍ରତିଦିନ ୧୦ଟା ୨୫ରେ ଏବଂ ହାୱଡ଼ାରୁ ଫେବ୍ରୁଆରୀ ୨ତାରିଖରୁ ପ୍ରତିଦିନ ସକାଳ ୯ଟା ୧୫ରେ ଛାଡ଼ିବ । ସେହିପରି ପୁରୀ-ଯଶୋବନ୍ତପୁର ବିଶେଷ ଟ୍ରେନ ପୁରୀରୁ ଚଳିତ ମାସ ୧୫ରୁ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍‌ଣ ୩ଟା ୧୫ରେ ଛାଡ଼ିବ । ସେହିପରି ସମ୍ୱଲପୁର-ନାନ୍ଦେଡ଼୍‌ ସ୍ପେଶାଲ୍‌ ଟ୍ରେନ୍‌ ସମ୍ୱଲପୁରରୁ ଚଳିତ ମାସ ୧୫ରୁ ପ୍ରତ୍ୟେକ ସୋମବାର, ଶୁକ୍ରବାର ଏବଂ ରବିବାର ଦିନ ୧୦ଟା ୫୦ରେ ଛାଡ଼ିବ। ୧୬ ତାରିଖରୁ ନାନ୍ଦେଡ଼ରୁ ପ୍ରତ୍ୟେକ ମଙ୍ଗଳବାର, ଶନିବାର ଏବଂ ସୋମବାର ଅପରାହ୍ନ ୪ଟା ୩୫ରେ ଛାଡ଼ି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ପୂର୍ବତଟ ରେଳପଥରୁ ଦେଶର ବିଭିନ୍ନ ସ୍ଥାନକୁ ପ୍ରାୟ ୩୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ।

ଆହୁରି ମଧ୍ୟ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଅନେକ ବିଶେଷ ଟ୍ରେନ ଚଳାଚଳ କରୁଥିବା ବେଳେ ପ୍ରାୟ ୨୦ଟି ପାର୍ବଣ ସ୍ୱତନ୍ତ୍ର ଟ୍ରେନମାନଙ୍କର ଚଳାଚଳ ଅବଧିକୁ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।



from Prameya News7 https://ift.tt/2LeRcHQ
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୂର୍ବତଟ ରେଳପଥରେ ଗଡିବ ଆଉ ୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ପୂର୍ବତଟ ରେଳପଥରେ ଗଡିବ ଆଉ ୫ ଯୋଡା ସ୍ୱତନ୍ତ୍ର ଟ୍ରେନ୍ Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.