ମଦ ବେପାରୀଙ୍କୁ ଧରିବାକୁ ଯାଇ ହଟହଟା, ଅବକାରୀ ବିଭାଗ ଅଧିକାରୀ ଓ ତହସିଲଦାରଙ୍କୁ ଘଣ୍ଟାଏ ଅଟକ ରଖିଲେ ଗ୍ରାମବାସୀ

ସାନଖେମୁଣ୍ଡି ୦୩।୦୧: ଗଂଜାମ ଜିଲ୍ଲା ଚିକିଟି ବ୍ଲକ ସୋରଳରେ ଅଭାବନୀୟ ଘଟଣା ଘଟିଯାଇଛି । ମଦ ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଛନ୍ତି ଅବକାରୀ ବିଭାଗ ଅଧିକାରୀ ଓ  ତହସିଲଦାର । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଖବର ଅନୁଯାୟୀ, ସୋରଳରେ ଗତକାଲି ସଂଧ୍ୟାରେ ଚିକିଟି ଅବକାରୀ ବିଭାଗ ଅଧିକାରୀ ଓ ଚିକିଟି ତହସିଲଦାର ପହଞ୍ଚିଥିଲେ । ଦେଶୀ ମଦ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । କେବଳ ଏହି ଦୁଇ ଜଣ ନୁହଁନ୍ତି ଅନେକ ବ୍ୟକ୍ତି ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ଦାବି ଜଣାଇ  ଏକ ଘଣ୍ଟା ଅଟକ ରଖିଥିଲେ ଗ୍ରାମବାସୀ । ତେବେ ଦୁଇ ଜଣଙ୍କୁ ସେଠାରେ  ଛାଡିବା ପରେ ଅଫିସର ଫେରିଥିଲେ । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିବା ସହ ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।



from Prameya News7 https://ift.tt/354n214
ମଦ ବେପାରୀଙ୍କୁ ଧରିବାକୁ ଯାଇ ହଟହଟା, ଅବକାରୀ ବିଭାଗ ଅଧିକାରୀ ଓ ତହସିଲଦାରଙ୍କୁ ଘଣ୍ଟାଏ ଅଟକ ରଖିଲେ ଗ୍ରାମବାସୀ ମଦ ବେପାରୀଙ୍କୁ ଧରିବାକୁ ଯାଇ ହଟହଟା, ଅବକାରୀ ବିଭାଗ ଅଧିକାରୀ ଓ ତହସିଲଦାରଙ୍କୁ ଘଣ୍ଟାଏ ଅଟକ ରଖିଲେ ଗ୍ରାମବାସୀ Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.