‘ଖୁସିରେ ଲଗାଇବି ଟିକା, ଭାକସିନ୍ କୌଣସି ଦଳର ନୁହେଁ’, ଅଖିଲେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ଓମାର

ଭୁବନେଶ୍ବର, ୦୩୦୧ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କରୋନା ଭାକସିନକୁ ନେଇ ଖୁସି ଜାହିର କରିଛନ୍ତି । ସେ ଟିକା ଲଗାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି । ସେ କହିଛନ୍ତି ଯେ, ଯେତେ ଲୋକ ଟିକାକରଣ କରିବେ ସେତେ ଦେଶ ଓ ଅର୍ଥନୀତି ପାଇଁ ଭଲ । ଭାକସିନ୍ କୌଣସି ରାଜନୈତିକ ଦଳର ନୁହେଁ । ଯେତେଶୀଘ୍ର ଭାକସିନ୍ ଲୋକଙ୍କ ପାଖରେ ପହଁଚିବ ସେତେ ଭଲ ।

ସେହିପରି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସେ ଆଉ କାହା କଥା ଜାଣି ନାହାଁନ୍ତି । କିନ୍ତୁ ସେ ନିଜ ବାମ ହାତ ଉଠାଇ ଟିକା ଲଗାଇବେ । ଏହି ଭାଇରସ ଅନେକ ଲୋକଙ୍କ ଜୀବନ ନେଇଛି । ଟିକା ନେବା ଦ୍ୱାରା ସ୍ଥିତି ସାଧାରଣ ହେବ ।

ଓମାର ଅବଦ୍ଦୁଲାଙ୍କ ଏହି ପ୍ରତିକ୍ରିୟା ଅଖିଳେଶଙ୍କ ବୟାନ ପରେ ସାମ୍ନାକୁ ଆସିଛି । କାରଣ ଅଖିଳେଶ କହିଥିଲେ ଯେ, ସେ ଟିକା ଲଗାଇବେ ନାହିଁ । ସେ ବିଜେପିର ଭାକସିନ୍ ଉପରେ ଭରସା କରନ୍ତି ନାହିଁ । ପରେ ଏହି ମାମଲାରେ ସେ ସଫେଇ ଦେଇଥିଲେ । ବୈଜ୍ଞାନିକଙ୍କ ଦକ୍ଷତା ଉପରେ ଭରସା ରହିଛି କିନ୍ତୁ ବିଜେପିର ତାଳି-ଥାଳି ଭଳି ଅବୈଜ୍ଞାନିକଙ୍କ ଉପରେ ଭରସା ନଥିବା ସେ କହିଥିଲେ ।



from Prameya News7 https://ift.tt/2X389rg
‘ଖୁସିରେ ଲଗାଇବି ଟିକା, ଭାକସିନ୍ କୌଣସି ଦଳର ନୁହେଁ’, ଅଖିଲେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ଓମାର ‘ଖୁସିରେ ଲଗାଇବି ଟିକା, ଭାକସିନ୍ କୌଣସି ଦଳର ନୁହେଁ’, ଅଖିଲେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ଓମାର Reviewed by SUBHENDU BARAL on January 02, 2021 Rating: 5

No comments:

Powered by Blogger.