ନୂଆବର୍ଷରେ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ୍ : ସ୍ପଷ୍ଟ ଦିବାଲୋକରେ ସାମ୍ବାଦିକଙ୍କୁ ମାଡ ମାରି ଲୁଟିନେଲେ ସୁନା ଚେନ୍ ଓ ମୋବାଇଲ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର, ୦୨/୦୧: ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ପାଦ୍ରୁଭାବ ବଢିଚାଲିଛି । କମିଶନରେଟ୍‌ ପୋଲିସକୁ ଖାତିର ନ କରି ବେଧଡ଼କ ଲୁଟ୍‌ପାଟ ଚଳାଇଛନ୍ତି । ଲୁଟେରାମାନେ ସ୍ପଷ୍ଟ ଦିବାଲୋକରେ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରି ସୁନାଚେନ୍‌ ଓ ମୋବାଇଲ୍‌ ଲୁଟି ନେଇଛନ୍ତି। ଏନେଇ ସାମ୍ବାଦିକ ବିଦ୍ୟାଧର ବାରିକ ଓରଫ ମଧୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଲୁଟେରାଙ୍କ ଟେର ମିଳିନାହିଁ । 

ଅଭିଯୋଗ ଅନୁସାରେ, ବିଦ୍ୟାଧର ଶୁକ୍ରବାର ଅପରାହ୍ଣ ୩ଟା ବେଳେ ରଙ୍ଗମାଟିଆ ଶିଶୁ ଉଦ୍ୟାନ ନିକଟରେ ଛିଡ଼ା ହୋଇଥିଲେ । ଛିଡା ହୋଇ ସେ ମୋବାଇଲରେ କଥା ହେଉଥିଲେ। ଏତିକି ବେଳେ ୨ ଲୁଟେରା ଏକ ବାଇକ୍‌ରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଡିରୁ ଓହ୍ଲାଇ ବିଦ୍ୟାଧରଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ । ସେ ଦୌଡ଼ି ପଳାଉଥିବା ବେଳେ ବିଦ୍ୟାଧର ଲୁଟେରାର ବାମ ହାତକୁ ଧରି ପକାଇଥିଲେ। ସେ ସଙ୍ଗେ ସଙ୍ଗେ ବିଦ୍ୟାଧରଙ୍କ ମୁହଁକୁ ମୁଥ ମାରି ତାଙ୍କ ବେକରୁ ସୁନାଚେନ୍‌ ଛିଡ଼ାଇ ନେଇ ଦୌଡ଼ି ପଳାଇଥିଲା। କିଛିବାଟ ବିଦ୍ୟାଧର ଗୋଡ଼ାଇଥିଲେ ମଧ୍ୟ ଲୁଟେରା ଜଣଙ୍କ ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରି ଖସି ଯିବାକୁ ସକ୍ଷମ ହୋଇଥିଲା ।

ବିଦ୍ୟାଧରଙ୍କ ମୁହଁରେ ଆଘାତ ଲାଗିଛି। ସେ ସେଠାରୁ ତୁରନ୍ତ ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଦ୍ୟାଧରଙ୍କୁ ଧରି ଘଟଣାସ୍ଥଳରେ ଏକ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି । ଲୁଟେରା ଜଣଙ୍କ ଲୁଟ୍‌ପାଟ କରି ପଳାଉଥିବା ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ କେନ୍ଦ୍ର କରି ପୋଲିସ ଲୁଟେରାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।



from Prameya News7 https://ift.tt/384jGNq
ନୂଆବର୍ଷରେ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ୍ : ସ୍ପଷ୍ଟ ଦିବାଲୋକରେ ସାମ୍ବାଦିକଙ୍କୁ ମାଡ ମାରି ଲୁଟିନେଲେ ସୁନା ଚେନ୍ ଓ ମୋବାଇଲ, ସିସିଟିଭିରେ କଏଦ ହେଲା ଦୃଶ୍ୟ ନୂଆବର୍ଷରେ ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ୍ : ସ୍ପଷ୍ଟ ଦିବାଲୋକରେ ସାମ୍ବାଦିକଙ୍କୁ ମାଡ ମାରି ଲୁଟିନେଲେ ସୁନା ଚେନ୍ ଓ ମୋବାଇଲ, ସିସିଟିଭିରେ କଏଦ ହେଲା ଦୃଶ୍ୟ Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.