ତେଳକୋଇ ୦୨।୦୧: ରାସ୍ତାକଡ଼ରେ ଅଜଣା ଯୁବକଙ୍କ ମୃତଦେହ ପଡିଛି । ମୃତଦେହରେ ଅନେକ କ୍ଷତ ରହିଥିବା ସୂଚନା ରହିଛି । ଚୋରି ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିମା ଗାଁ ପୋଖରୀ ନିକଟରେ ଥିବା ରାସ୍ତାକଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତ ଯୁବକଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଛି । ମୃତଦେହ ନିକଟରେ ବାଇକ୍ର କିଛି ଭଗ୍ନାବଶେଷ ପଡିଥିବାର ଦେଖିବାକୁ ମିଳିଛି । ବାଇକ ଚୋରି ପରେ ହତ୍ୟା ଯୁବକଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଅନୁମାନ କରାଯାଉଛି ।
ସେହିପରି ଘଟଣାସଂପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାରେ ପୋଲିସ ଅଧିକ ଛାନ୍ଭିନ୍ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ ଆଶା କରିଛନ୍ତି । ପ୍ରକୃତରେ ବାଇକ୍ ଚୋରି ପରେ ତାଙ୍କୁ ହତ୍ୟା କରାଯାଇଛି । ନା ଅନ୍ୟ କୌଣସି କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି । ତାହା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
from Prameya News7 https://ift.tt/2X4P5Jf

No comments: