ଦୁବାଇରେ ବିକ୍ରି ହେବ ଧୋନୀଙ୍କ ଫାର୍ମ ହାଉସ୍‌ର ପରିବା, ଚାହିଦା ବଢିବା ପରେ ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି

ରାଞ୍ଚୀ,୦୨/୦୧:  ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପରିବାର ସହ ଅଧିକ ସମୟ ବିତାଉଛନ୍ତି । ସମୟ ଅତିବାହିତ ପାଇଁ ସେ ନିଜ ଫାର୍ମ ହାଉସରେ ପନିପରିବା ଚାଷ ମଧ୍ୟ କରୁଛନ୍ତି । ଏବେ ତାଙ୍କ ଫାର୍ମ ହାଉସରୁ ଉତ୍ପନ୍ନ ପନିପରିବା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ଏହି ପରିବାକୁ ଦୁବାଇ ପଠାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଝାଡଖଣ୍ଡ କୃଷି ବିଭାଗ ଧୋନୀଙ୍କ ପରିବାକୁ ବିଦେଶ ପଠାଇବା ପାଇଁ ଦାୟିତ୍ୱ ନେଇଛି ।

ଅଲ୍ ସିଜିନ୍ ଫାର୍ମ ଫ୍ରେସ୍ ଏଜେନ୍ସି ଧୋନୀଙ୍କ ପରିବାକୁ ବିଦେଶରେ ବିକ୍ରି କରିବ । ଏହା ସେହି ଏଜେନ୍ସି ଯାହା ସାହାଯ୍ୟରେ କୃଷି ବିଭାଗ ପରିବାକୁ ରପ୍ତାନୀ କରିବ । ବଜାର ସମିତିର ସଚିବ ଅଭିଷେକ ଆନନ୍ଦ କହିଛନ୍ତି ଯେ, ସରକାର ନୂଆ ପ୍ରକଳ୍ପ ହିସାବରେ କାମ କରୁଛନ୍ତି । ଧୋନୀ ଜଣେ ବ୍ରାଣ୍ଡ୍ । ତାଙ୍କ ପରିବା ସହ ଝାଡଖଣ୍ଡନ ନାଁ ଯୋଡିହେଲେ ଏହା କୃଷକଙ୍କୁ ଫାଇଦା ଦେବ । ଆହୁରି ଅନେକ ଏଜେନ୍ସି ଧୋନୀଙ୍କ ପରିବାକୁ ଅନ୍ୟ ଦେଶରେ ବିକ୍ରି କରିବା ପାଇଁ ଆଗକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ଧୋନୀଙ୍କ ଫାର୍ମ ହାଉସ୍ ରିଙ୍ଗ୍ ରୋଡ୍ ସେମ୍ବୋ ଗାଁରେ ଅବସ୍ଥିତ । ୪୩ ଏକର ବିଶିଷ୍ଟ ଏହି ଫାର୍ମ ହାଉସରେ ୧୦ ଏକରରେ ଷ୍ଟ୍ରବେରୀ, କୋବି, ଟମାଟୋ, ବ୍ରୋକଲୀ, ମଟର, ଅମୃତଭଣ୍ଡା ଆଦି ଚାଷ ହେଉଛି । ଧୋନୀଙ୍କ ଫାର୍ମ ହାଉସର କୋବି, ଟମାଟୋ, ମଟରର ରାଞ୍ଚୀ ବଜାରରେ  ଚାହିଦା ଅଧିକ ରହିଛି ।

ସୂଚନାଯୋଗ୍ୟ, ଦୁବାଇରେ ଧୋନୀଙ୍କର ଭଲ ଫ୍ୟାନ୍ ରହିଛନ୍ତି । ଯେବେ ବି ଭାରତୀୟ ଦଳ ଦୁବାଇରେ ମ୍ୟାଚ୍ ଖେଳିଛି ସେତେବେଳେ ଧୋନୀଙ୍କ ଫ୍ୟାନରେ ଷ୍ଟାଡିୟମ ଭରପୁର ହୋଇଯାଇଛି । ଏବେ ମାହି ପରିବାର ସହ ନୂଆବର୍ଷ ପାଇଁ ଦୁବାଇରେ ରହିଛନ୍ତି ।



from Prameya News7 https://ift.tt/383eWaX
ଦୁବାଇରେ ବିକ୍ରି ହେବ ଧୋନୀଙ୍କ ଫାର୍ମ ହାଉସ୍‌ର ପରିବା, ଚାହିଦା ବଢିବା ପରେ ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି ଦୁବାଇରେ ବିକ୍ରି ହେବ ଧୋନୀଙ୍କ ଫାର୍ମ ହାଉସ୍‌ର ପରିବା, ଚାହିଦା ବଢିବା ପରେ ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.