ମୋହନା ୧୪।୦୧: ଅପରେସନ ଗ୍ରୀନ କ୍ଲିନ୍ । ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ । ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ବ୍ରାହ୍ମଣପଲ୍ଲୀ ଗାଁ ଚାଷ ନଷ୍ଟ କରାଯାଇଛି ।
ଖବର ଅନୁଯାୟୀ, ଜିଲ୍ଲାରେ ଗଞ୍ଜେଇ ଚାଷ ବଢୁଥିବାର ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା । ଏନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗତ କିଛି ଦିନ ହେଲା ଅନେକ ସ୍ଥାନରୁ ଗଞ୍ଜେଇ ଚାଷ କରାଯାଉଛି ।ଏହିପରିପ୍ରେକ୍ଷୀରେ ମୋହନା ଥାନା ଢେପାଗୁଡା ପଞ୍ଚାୟତ ବ୍ରାହ୍ମଣ ପଲି ଗାଁ ନିକଟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରିଛି । ପ୍ରାୟ ୬୫ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ସେହି ଅଞ୍ଚଳରେ ଲଗାତାର ଚଢ଼ାଉ ଚଢ଼ାଉ ଜାରି ରହିଥିବା ବେଳେ ଆହୁରି ବିପୁଳ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ସୂଚନା ମିଳିଛି ।
from Prameya News7 https://ift.tt/2XCO4Zd
ଅପରେସନ ଗ୍ରୀନ କ୍ଲିନ୍, ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ
Reviewed by SUBHENDU BARAL
on
January 13, 2021
Rating:

No comments: