ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର, ଦିଲ୍ଲୀରେ ପହଁଚିଲା ସେରମ୍ ଇନଷ୍ଟିଚ୍ୟୁଟ୍‌ର ଭାକସିନ୍ କୋଭିସିଲ୍ଡ

ପୁଣେ,୧୨/୦୧: କରୋନା ମହାମାରୀ ମଧ୍ୟରେ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ କୋଭିସିଲ୍ଡ ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ମଙ୍ଗଳବାରଠାରୁ ଏହା ଆରମ୍ଭ ହୋଇଛି ।

ମଙ୍ଗଳବାର ସେରମ ଇନଷ୍ଟିଚ୍ୟୁଟରୁ  କୋଭିସିଲ୍ଡ ଭାକସିନର ବାକ୍ସକୁ ପୁଣେ ବିମାନବନ୍ଦର ପଠାଯାଇଛି । ଏଥିପାଇଁ ତିନୋଟି କଣ୍ଟେନର ଆସିଛି । ଏହି ଟ୍ରକରେ ଭାକସିନକୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବିମାନ ବନ୍ଦରରେ ପହଁଚା ଯାଇଛି । ୮ଟି ବିମାନରେ ଦେଶର ୧୩ଟି ସ୍ଥାନକୁ ଭାକସିନ୍ ପଠାଯିବ । ପ୍ରଥମ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ରାଜଧାନୀରେ ପହଁଚିଛି । ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଭାକସିନ୍ ପଠାଯିବ ।

ଆଉ କିଛି ଦିନ ମଧ୍ୟରେ ୫ଟି କଣ୍ଟେନରରେ ଗୁଜୁରାଟ, ମଧ୍ୟ ପ୍ରଦେଶ ଓ ହରିୟାଣାକୁ ଭାକସିନ୍ ପଠାଯିବ । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ସେରମରୁ ୧ କୋଟି ୧୧ ଲକ୍ଷ ଡୋଜ୍ ଅର୍ଡର କରିଛନ୍ତି । ଯାହାର ସପ୍ଲାଇ ମଙ୍ଗଳବାରଠୁ ଆରମ୍ଭ ହୋଇଛି । ପୋଲିସର କଡା ସୁରକ୍ଷାରେ ଏହି ସବୁ କଣ୍ଟେନର ବିମାନବନ୍ଦର ଅଭିମୁଖେ ଯାଇଥିଲା ।

ଏହି କାର୍ଯ୍ୟରେ ନିୟୋଜିତ ଥିବା ୩୦୦ଟି ଟ୍ରକରେ ଜିପିଏସ ଲାଗିଛି । ଆବଶ୍ୟକ ପଡିଲେ ଆଉ ୫୦୦ଟି ଟ୍ରକରେ ଜିପିଏସ ଲାଗିବ ।



from Prameya News7 https://ift.tt/3sfjFhR
ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର, ଦିଲ୍ଲୀରେ ପହଁଚିଲା ସେରମ୍ ଇନଷ୍ଟିଚ୍ୟୁଟ୍‌ର ଭାକସିନ୍ କୋଭିସିଲ୍ଡ ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର, ଦିଲ୍ଲୀରେ ପହଁଚିଲା ସେରମ୍ ଇନଷ୍ଟିଚ୍ୟୁଟ୍‌ର ଭାକସିନ୍ କୋଭିସିଲ୍ଡ Reviewed by SUBHENDU BARAL on January 11, 2021 Rating: 5

No comments:

Powered by Blogger.