କମୁଛି ଶୀତର ପ୍ରକୋପ, ୩ରୁ ୪ ଡିଗ୍ରୀ ବଢିବ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର,୦୫/୦୧: ରାଜ୍ୟରେ କମିବ ଶୀତର ପ୍ରକୋପ । ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ ବଢ଼ିବ। ତା’ ପରେ ଦୁଇଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ୯ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ । କିନ୍ତୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ବଦଳିବ ନାହିଁ। ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ୮ ଓ ୯ ତାରିଖରେ ରାତି ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିପାରେ। ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ମଙ୍ଗଳବାରଠାରୁ ବଢ଼ିବ ।

ଗୁରୁବାର ସୁଦ୍ଧା ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ । ୯ ତାରିଖରେ ପଶ୍ଚିମ ଓ ସୀମାନ୍ତ ଉତ୍ତର ଓଡ଼ିଶାରେ ପାଗ ପ୍ରାୟତଃ କୋହଲା ରହିବ । ରବିବାର ରାତିରେ କୋରାପୁଟର ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବାକି ସବୁଠି ପାରଦ ୧୦ ଡିଗ୍ରୀ ଉପରେ ଥିଲା । ଯଦିଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ କମିଥିଲା ।



from Prameya News7 https://ift.tt/3oehgla
କମୁଛି ଶୀତର ପ୍ରକୋପ, ୩ରୁ ୪ ଡିଗ୍ରୀ ବଢିବ ସର୍ବନିମ୍ନ ତାପମାତ୍ରା କମୁଛି ଶୀତର ପ୍ରକୋପ, ୩ରୁ ୪ ଡିଗ୍ରୀ ବଢିବ ସର୍ବନିମ୍ନ ତାପମାତ୍ରା Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.