ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ , ରାଉରକେଲା ଏସ୍‌ପିଙ୍କୁ ନୋଟିସ୍‌ କଲେ ରାଜ୍ୟ ମାନବାଧିକାର କମିଶନ

ରାଉରକେଲା ୦୫।୦୧: ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା । ଏନେଇ ରାଉରକେଲା ଏସ୍‌ପି ନୋଟିସ୍ ଜାରି କରାଯାଇଛି । ନୋଟିସ୍‌ ଜାରି କରିଛନ୍ତି ରାଜ୍ୟ ମାନବଧିକାର କମିଶନ । ଏକ ମୋବାଇଲ  ଚୋରି ଅଭିଯୋଗରେ ଉଦିତ ନଗର ଥାନାକୁ ଆଣି ରାତି ସାରା ରଖି ଦିଆଯାଇଥିଲା ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ,  ରାଉରକେଲା ଉଦିତ ନଗର ପୋଲିସ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୩ ବର୍ଷର ନାବାଳକକୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି । ଏମିତି କି ବୁଟରେ ମାଡ଼ ମାରିବା ସହ ଉଲଗ୍ନ କରି ଇଲେକ୍ଟ୍ରି ସକ୍ ଦିଆଯାଇଥିବା ନାବାଳକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାରା ରାତି ଥାନାରେ ରଖି ଅମାନୁଷିକ ଭାବେ ମାଡ ମାରିବା ପରେ ନାବାଳକକୁ ଛାଡି ଦେଇଥିଲା ପୋଲିସ। ଏ ବିଷୟରେ କାହାକୁ ନ କହିବାକୁ ଧମକ ଦେଇଥିଲେ ।

କିଛି ଦିନ ଚୁପ ଚାପ୍ ରହିବା ପରେ ନାବାଳକ ଜଣଙ୍କ ଜେଜେ ମାଆ ସମ୍ମୁଖରେ ସବୁ କହିଥିଲା । ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି ନାବାଳକଙ୍କ ପରିବାର ଲୋକେ । ପ୍ରଶ୍ନ ଉଠୁଛି, ଯଦି ନାବାଳକ ମୋବାଇଲ ଚୋରି କରିଥିଲା । ଆଉ ପୋଲିସ ନାବାଳକ ଠାରୁ ମୋବାଇଲ ଜବତ କଲା ତାହେଲେ ନାବାଳକ ବିରୋଧରେ ପୋଲିସ କାହିଁକି ମାମଲା ରୁଜୁ କରି ସୁଧାର ଗୃହକୁ ପଠାଇଲା ନାହିଁ । ଯାହାକୁ ନେଇ ଉଦିତ ନଗର ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ତେବେ ଜିଲ୍ଲା ଚାଇଲ୍ଡ ଲାଇନ, ସିଡବ୍ଲୁସି ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି ।

https://ift.tt/38WJwCm


from Prameya News7 https://ift.tt/3pT7K79
ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ , ରାଉରକେଲା ଏସ୍‌ପିଙ୍କୁ ନୋଟିସ୍‌ କଲେ ରାଜ୍ୟ ମାନବାଧିକାର କମିଶନ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରୀ ଅଭିଯୋଗ , ରାଉରକେଲା ଏସ୍‌ପିଙ୍କୁ ନୋଟିସ୍‌ କଲେ ରାଜ୍ୟ ମାନବାଧିକାର କମିଶନ Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.