ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି Kanak News

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ କି ନାହିଁ, ସେନେଇ ଆଜି ଶୁଣାଣି ହେବ । ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସୋମବାର ନୟାଗଡ ପକ୍ସୋ କୋର୍ଟରେ ଆବେଦନ କରିଥିଲା ମାମଲାର ଯାଚ୍ କରୁଥିବା ଏସଆଇଟି । ସୋମବାର ସରୋଜର ବିଚାର ବିଭାଗୀୟ ମିଆଦ ଶେଷ ହେବାପରେ ତାକୁ କୋର୍ଟରେ ହାଜର କରିଥିଲା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ।

ପରେ ପୁଣି ତାକୁ ଜେଲ ଯିବାକୁ ପଡିଛି । ହେଲେ କୋର୍ଟରୁ ବାହାରିବା ପରେ ପୁଣି ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲା ସରୋଜ । ତାକୁ ଫସା ଯାଇଥିବା ଅଭିଯୋଗ ବାଢିଥିଲା । ଅନ୍ୟପକ୍ଷରେ ଜୁଭେନାଇଲ କୋର୍ଟରେ ବିଚାର କରିବାକୁ ଅଭିଯୁକ୍ତ ସରୋଜର ପରିବାର ଆବେଦନ କରିଥିବା ଜଣାପଡିଛି । ସେ ନାବାଳକ ହୋଇଥିବାବେଳେ ତାକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିବା ବୋଲି ସହିଛନ୍ତି ଅଭିଯୁକ୍ତର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର ।



from Kanak News https://ift.tt/3oagDZL https://ift.tt/3rPjSbe
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି Kanak News ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି Kanak News Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.