ସମ୍ବଲପୁର୮/୧: ଆଜିଠୁ ମାଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସକାଳ ୬ଟାରୁ ମନ୍ଦିର ଖୋଲିବା ପରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଦୀର୍ଘ ୯ମାସ ପରେ ଦର୍ଶନ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ନାହିଁନଥିବା ଖୁସି ଦେଖିବାକୁ ମିଳିଛି। ପୂର୍ବଭଳି ଯେମିତି ସମ୍ବଲପୁରବାସୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ଅଲଗା ଅଲଗା ଗେଟ୍ ଦେଇ କରାଯାଉଥିଲା ଠିକ୍ ସେହିପରି ଆଜି ବି ବାହାର ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସ୍ଥା ହୋଇଛି। ୨ଟି ପର୍ଯ୍ୟାୟରେ ମାଁ ସମଲେଶ୍ବରୀ ମନ୍ଦିରରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ସକାଳ ୬ରୁ ୧୧.୩୦ଟାରେ ପ୍ରଥମ ପର୍ଯ୍ୟାୟ, ୩ଟାରୁ ୭.୩୦ ଦ୍ବିତୀୟ ପର୍ଯ୍ୟାୟ। ମାସ୍କ, ସାନିଟାଇଜର ସହ କୋଭିଡ ଗାଇଡଲାଇନ୍ ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
from Prameya News7 https://ift.tt/35ocIBk
ଆଜିଠୁ ମାଁ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ
Reviewed by SUBHENDU BARAL
on
January 07, 2021
Rating:

No comments: