ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ପଛରେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଅନୁଗୋଳ ୬।୧: ଅନୁଗୋଳ ଜିଲ୍ଲା ବଅଁରପାଳ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ବଅଁରପାଳ ଛକ ନିକଟରେ ଛିଡା ହୋଇଥିବା ଟ୍ରକ୍ ପଛରେ ବାଇକ୍ ଧକ୍କା ଦେଇଥିବା ଜଣାପଡିଛି । ତାଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବକ ଜଣଙ୍କ ଗୁରୁଜାଙ୍ଗ ଗ୍ରାମର ସୌମ୍ୟ ରଞ୍ଜନ ନନ୍ଦ । ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



from Prameya News7 https://ift.tt/3npoSjC
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ପଛରେ ଧକ୍କା ଦେଲା ବାଇକ୍, ଜଣେ ମୃତ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ପଛରେ ଧକ୍କା ଦେଲା ବାଇକ୍, ଜଣେ ମୃତ Reviewed by SUBHENDU BARAL on January 05, 2021 Rating: 5

No comments:

Powered by Blogger.