ରୋହିତ ଫେରିବା ପରେ ଦଳ ଶକ୍ତିଶାଳୀ ହୋଇଛି- ରାହାଣେ

ସିଡନୀ,୦୭/୦୧: ଭାରତୀୟ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ସିଡନୀ ଟେଷ୍ଟରେ ଟସ୍ ପଡିବା ପରେ ଓପନର ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି । ରୋହିତ ଶର୍ମା ଦଳକୁ ଫେରିବା ପରେ ସେ ଉତ୍ସାହିତ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ସେ ନିଜର ଅଭିଜ୍ଞଚାକୁ ଉପଯୋଗ କରିବେ ବୋଲି ରାହାଣେ କହିଛନ୍ତି ।

ରୋହିତଙ୍କୁ ଓପନର ମୟଙ୍କ ଅଗ୍ରଓ୍ୱାଲଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି । ସେହିପରି ଆହତ ବୋଲର ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ସୈନୀଙ୍କୁ ସୁଯୋଗ ମିଳିଛି । ମ୍ୟାଚ୍ ପୂର୍ବରୁ ଟସ୍ ବେଳେ ରାହାଣେ କହିଛନ୍ତି ଯେ, ରୋହିତ ଫେରିଥିବାରୁ ସେ ଖୁସି ଅଛନ୍ତି । ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ସେ ନେଟସରେ ଭଲ ଲୟରେ ଥିଲେ । ତାଙ୍କର ଅନୁଭବ ଉପଯୋଗୀ ସାବ୍ୟସ୍ତ ହେବ । ଦଳ ଆହୁରି ଶକ୍ତିଶାଳୀ ହୋଇଛି ।

ରାହାଣେ ଆହୁରି କହିଛନ୍ତି ଯେ, ନବଦୀପଙ୍କ ପାଇଁ ସେ ଖୁସି ଅଛନ୍ତି । ସେ ବାସ୍ତବରେ ବହୁ ପରିଶ୍ରମ କରୁଛନ୍ତି । ଗଚ ମ୍ୟାଚରେ ସିରାଜ ପଦାର୍ପଣ କରିଥିଲେ । ଆଡିଲେଡ୍ ଓ ମେଲବର୍ଣ୍ଣରେ ଯାହା ହୋଇଛି ତାହା ଇତିହାସ ଅଟେ । ଦଳକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ବୋଲି ସେ କହିଛନ୍ତି ।



from Prameya News7 https://ift.tt/399NIi1
ରୋହିତ ଫେରିବା ପରେ ଦଳ ଶକ୍ତିଶାଳୀ ହୋଇଛି- ରାହାଣେ ରୋହିତ ଫେରିବା ପରେ ଦଳ ଶକ୍ତିଶାଳୀ ହୋଇଛି- ରାହାଣେ Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.