କଟକରୁ ନକଲି ଓ ଅପମିଶ୍ରିତ ଚା’ ଗୋଦାମ ଠାବ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ ୦୭।୦୧: ସଦର ଥାନା ମୁକାମେଶ୍ବର ଅଞ୍ଚଳରେ ନକଲି ଓ ଅପମିଶ୍ରିତ ଚା ଗୋଦାମ ଠାବ ଘଟଣା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ର ବିଶ୍ବାଳଙ୍କୁ ଗିରଫ କରାଯାଇଛି । ଖାଦ୍ୟ ଅପମିଶ୍ରଣ ଓ ନକଲି କରିବା ଅଭିଯୋଗରେ ଗିରଫ  କରିଛି ପୋଲିସ । ଗିରଫ ପରେ ସୁରେଶକୁ ଆଜି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିବାର ସୂଚନା ରହିଛି ।  

ସୂଚନାଯୋଗ୍ୟ ଯେ, କଟକରେ ଲଗାତର ଭାବେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ କଟକ ସହରର ଏକ ଅପମିଶ୍ରିତ ଚା’ ଗୋଦାମkୁ ଠାବ କରିଥିଲା ପୋଲିସ ।

ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ କରିଥିଲା ପୋଲିସ । ଏହି ଚଢାଉରେ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୋଲିସ । ଚଢାଉ ବେଳେ  ପାଖାପାଖି ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି । ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଲିଥିଲା ।

https://ift.tt/2XesD0u


from Prameya News7 https://ift.tt/3orbOeI
କଟକରୁ ନକଲି ଓ ଅପମିଶ୍ରିତ ଚା’ ଗୋଦାମ ଠାବ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ କଟକରୁ ନକଲି ଓ ଅପମିଶ୍ରିତ ଚା’ ଗୋଦାମ ଠାବ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.