ମର୍ମନ୍ତୁଦ ଦୁର୍ଘଟଣା : ଫାଟି ଗଲା ଟ୍ରକର ଆଗ ଚକା, ଭାରସାମ୍ୟ ହରାଇ କାର୍‌କୁ ଦେଲା ଧକ୍କା, ଆଉ ତାପରେ…

ନିଶ୍ଟିନ୍ତକୋଇଲି ୧୧।୦୧: ମର୍ମନ୍ତୁଦ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତା କଟିକଟା ବଜାରରେ ଭୋର ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କଟକ ଆଡୁ କେନ୍ଦ୍ରାପଡ଼ା ଯାଉଥିବା ଏକ ଟ୍ରକର ଆଗ ଚକ ଫାଟି ଯିବାରୁ ଟ୍ରକଟି ରାସ୍ତା ର ଡାହାଣ କଡ଼କୁ ମାଡ଼ି ଯାଇ ବିପରୀତ ଦିଗରୁ ଆସୁଥିବା ଏକ ସୁଇପ୍ଟ ଡିଜାୟାର କାରକୁ ଧକ୍କା ଦେଇଥିଲା । ଧକ୍କାରେ କାରଟି ଏକ ଗଛରେ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି  ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ୧୭ ବର୍ଷୀୟ ସରିତା ମଲ୍ଲିକ।

ସମସ୍ତ ମୃତାହତଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଂଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ଖବର ପାଇ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର କାଚ ଭାଙ୍ଗି ଡ୍ରାଇଭର ଓ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ନିଶ୍ଚିନ୍ତକୋଇଲି ପୋଲିସ ଘଟଣାର ତଦନ୍ତ କରୁଛି।



from Prameya News7 https://ift.tt/3i0O2Ui
ମର୍ମନ୍ତୁଦ ଦୁର୍ଘଟଣା : ଫାଟି ଗଲା ଟ୍ରକର ଆଗ ଚକା, ଭାରସାମ୍ୟ ହରାଇ କାର୍‌କୁ ଦେଲା ଧକ୍କା, ଆଉ ତାପରେ… ମର୍ମନ୍ତୁଦ ଦୁର୍ଘଟଣା : ଫାଟି ଗଲା ଟ୍ରକର ଆଗ ଚକା, ଭାରସାମ୍ୟ ହରାଇ କାର୍‌କୁ ଦେଲା ଧକ୍କା, ଆଉ ତାପରେ… Reviewed by SUBHENDU BARAL on January 10, 2021 Rating: 5

No comments:

Powered by Blogger.