ନୟାଗଡ଼ରେ କରୋନା ଟିକା, ପ୍ରଥମ ପର୍ଯ୍ୟାୟରେ ୧୮ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍‌ସିନ୍‌

ନୟାଗଡ଼ ୧୩।୦୧: କଡା ସୂରକ୍ଷା ମଧ୍ୟରେ ନୟାଗଡରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ ୪ହଜାର ଟିକା ଆସି ପହଞ୍ଚିଛି । ୧୮୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଦିଆଯିବା ଭାକସିନ୍‌ ।

 ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ନୟାଗଡ ଜିଲ୍ଲାକୁ ଏକ ଜାତୀୟ ଟିକା ଯାନରେ କରୋନା ଟିକା ପଠାଯାଇଥିଲା । ରାତି ପ୍ରାୟ ୧୦ଟା ସମୟରେ କରୋନା ଟିକା ନୟାଗଡରେ ପହଞ୍ଚିବା ପରେ ଜିଲ୍ଲାପାଳ , ସି.ଡି.ଏମ୍.ଓ. ଏବଂ ବରିଷ୍ଠ ଅଧିକାରୀମାନେ ଏହାକୁ ସ୍ୱାଗତ କରିଥିଲେ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଭାକ୍ସିନ୍ କେନ୍ଦ୍ରର କୋଲ୍ଡ ଷ୍ଟୋରେଜ୍ ରୁମ୍ରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ନୟାଗଡ ଜିଲ୍ଲା ପାଇଁ ୫୨୦୬ ଟିକା ପାଇଁ ପ୍ରଶାସନ ଲିଷ୍ଟ ଦେଇଥିବାବଳେ ଜିଲ୍ଲାକୁ ୪୦୦୦ ଟିକା ଆସିଛି ।

ସରକାରଙ୍କ ନିଷ୍ପତ୍ତି ଅନୂଯାୟୀ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ଆସ’। ୧୬ତାରିଖରେ ଜିଲ୍ଲାର ୪ଟି ସେଣ୍ଟରରେ ଏହି ଟିକା ଦିଆଯିବ । ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ପରିସର , ମହିପୁର , ଶରଣକୁଳ ଏବଂ ବଡପଣ୍ଡୁସର ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯିବ ।  ୪ହଜାର ଟିକା ମଧ୍ୟରୁ ୧୦ପ୍ରତିଶତ ଟିକାକୁ ଏମରଜେନ୍ସି ପାଇଁ ରଖାଯିବାକୁ ସ୍ଥିର କରାଯାଇଥିବାବଳେ ବାକି ୩୬୦୦ଟିକାକୁ ୧୮୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ୨ଟି ପର୍ଯ୍ୟାୟରେ ଦିଆଯିବ । 



from Prameya News7 https://ift.tt/3nFfEjg
ନୟାଗଡ଼ରେ କରୋନା ଟିକା, ପ୍ରଥମ ପର୍ଯ୍ୟାୟରେ ୧୮ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍‌ସିନ୍‌ ନୟାଗଡ଼ରେ କରୋନା ଟିକା, ପ୍ରଥମ ପର୍ଯ୍ୟାୟରେ ୧୮ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍‌ସିନ୍‌ Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.