ସ୍ୱାମୀ ଆଗରେ ଜୀଅନ୍ତା ଜଳିଗଲା ନବ ବିବାହିତା ସ୍ତ୍ରୀ, ଚେଷ୍ଟା କରି ମଧ୍ୟ ଜୀବନ ବଞ୍ଚାଇ ପାରିଲାନି ପତି

ଆଗ୍ରା, ୦୨/୦୧: ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ୱେର ଫତେହବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଅଘଟଣରେ ସ୍ୱାମୀ ଆଗରେ ନବ ବିବାହିତା କନ୍ୟା ଜୀଅନ୍ତା ଜଳିଯାଇଛି ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ମୋହନଲାଲଗଞ୍ଜରେ ରହୁଥିବା ବିକାଶ ଓ ତାଙ୍କ ନବ ବିବାହିତା ପତ୍ନୀ ସୀମା କେଉଁ କାମରେ କାର୍‌ରେ ମଥୁରାରୁ ଫେରୁଥିଲେ ।  କୌଣସି କାରଣରୁ କାରଟି ଅଧାବାଟରେ ଅଟକି ଯାଇଥିଲା ।  ଏହାପରେ ବିକାଶ କାରରୁ ଓହ୍ଲାଇ ବନେଟ୍ ଚେକ୍ କରୁଥିଲେ । କାରଣରୁ ବନେଟରୁ ଧୂଆଁ ବାହାରୁଥିଲା । ଏହି ଧୂଆଁ କାର୍ ଭିତରକୁ ବ୍ୟାପିଯାଇଥିଲା ଓ କାରଟି ଜଳି ଯାଇଥିଲା । ସେଣ୍ଟ୍ରାଲ୍ ଲକ୍ ଥିବାରୁ ସୀମା ବାହାରି ପାରିନଥିଲେ ।

ବିକାଶ ସୀମାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଆଖପାଖରେ କାର୍‌ର କାଚ ଭାଙ୍ଗିବା ପାଇଁ ମଧ୍ୟ କୌଣସି ପଥର ନଥିଲା । ଘଟଣା ବାବଦରେ ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚିଥିଲେ ବି ବିଳମ୍ବ ହୋଇଯାଇଥିଲା ।



from Prameya News7 https://ift.tt/382A0hH
ସ୍ୱାମୀ ଆଗରେ ଜୀଅନ୍ତା ଜଳିଗଲା ନବ ବିବାହିତା ସ୍ତ୍ରୀ, ଚେଷ୍ଟା କରି ମଧ୍ୟ ଜୀବନ ବଞ୍ଚାଇ ପାରିଲାନି ପତି ସ୍ୱାମୀ ଆଗରେ ଜୀଅନ୍ତା ଜଳିଗଲା ନବ ବିବାହିତା ସ୍ତ୍ରୀ, ଚେଷ୍ଟା କରି ମଧ୍ୟ ଜୀବନ ବଞ୍ଚାଇ ପାରିଲାନି ପତି Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.