ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର Rajalaxmi Sahoo

ଭୁବନେଶ୍ୱର: ଏଣିକି ଗୃହ ର୍ନିମାଣ ଅନୁମତି ପାଇଁ ଆଉ ଧାଇଁବାକୁ ପଡ଼ିବନି ବିଡିଏ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ) କାର୍ଯ୍ୟାଳୟ। ନିଜ ଜମିର ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର। ଏଥିପାଇଁ ଅନ୍‌ଲାଇନ୍‌ରେ ଜଣାଇବାକୁ ପଡ଼ିବ।

ଗୃହ ନିର୍ମାଣ ପାଇଁ ୧୦୦ଟି ଷ୍ଟାଣ୍ଡାର୍ଡ ପ୍ଲାନ ପ୍ରସ୍ତୁତ କରିଛି BDA। ସେହି ୧୦୦ଟି ପ୍ଲାନ୍‌ ଭିତରେ ୧୦ ମିଟରର କମ୍‌ ଉଚ୍ଚତା ବିଶିଷ୍ଟ ୩ ମହଲା ଘର ଓ ୫ ହଜାର ୪ଶହ ବର୍ଗ ଫୁଟ ଭିତରେ ର୍ନିମାଣ କରୁଥିବା ଘର ପାଇଁ ଆଉ ଅନୁମତିର ଆବଶ୍ୟକତା ରହିବ ନାହିଁ। କିନ୍ତୁ ଲେ’ ଆଉଟ ପ୍ଲାନ୍‌ ଗ୍ରହଣ ହୋଇଥିବା ବାଧ୍ୟତାମୂଳକ। ଏବେ କେବଳ ବିଏମ୍‌ସି ଓ ବିଡିଏକୁ ନିଜ ଜମିର କାଗଜ ପତ୍ର ,ପରିଚୟ ପତ୍ର ଏବଂ ଆବଶ୍ୟକ ଫି’ ଦେଇ ଗୃହକର୍ତ୍ତା ଅବଗତ କରିବେ।

ଅନ୍ୟପକ୍ଷେ, ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଲଞ୍ଚ ହୋଇଛି ଇ-ଅଫିସ ଏନଓସି ମଡ୍ୟୁଲ୍‌। ଆଜିଠାରୁ ବିଏମ୍‌ସି ,ବିଡିଏ ଓ ଟାଉନ ପ୍ଲାନିଂ ସମ୍ପର୍କରେ ଅନ୍‌ଲାଇନ୍‌ରେ କର୍ମଚାରୀଙ୍କୁ ମିଳିବ ସମସ୍ତ ତଥ୍ୟ। ଇ-ଫାଇଲର ଷ୍ଟାଟସ ଠାରୁ ଆରମ୍ଭ କରି ଏନଓସି ପର୍ଯ୍ୟନ୍ତ ସବୁ ତଥ୍ୟ ଏବେ ଅନ୍‌ଲାଇନ୍‌ରେ ଜାଣିପାରିବେ କର୍ମଚାରୀ। କାହିଁକି ବିଳମ୍ବ ହେଉଛି  କାମ ? କେଉଁଠି ଅଟକିଛି  କାମ ? ଏହା ଦ୍ୱାରା ପୁରା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

The post ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର appeared first on OTV Khabar..



from OTV Khabar. https://ift.tt/2WZeqnY
ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର Rajalaxmi Sahoo ଲେ’ ଆଉଟ ଅନୁମତି ନେଇଥିବା ବ୍ୟକ୍ତି ସିଧା ର୍ନିମାଣ କରିପାରିବେ ଘର Rajalaxmi Sahoo Reviewed by SUBHENDU BARAL on January 01, 2021 Rating: 5

No comments:

Powered by Blogger.