ଚକା ବଦଳାଉଥିବା ବେଳେ ପଛପଟୁ ମାଡିଗଲା ଟ୍ରକ, ୨ ହେଲପର ମୃତ

ଆନନ୍ଦପୁର ୦୨।୧୧ : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ଅଘଟଣ । ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ । ଯାହାଫଳରେ କି ୨ଜଣ ହେଲ୍‌ପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଜାତୀୟ ରାଜପଥ-୨୦ ବିରଗୋବିନ୍ଦପୁର ନିକଟ ଟ୍ରକର ଚକା ପମ୍ପଚର ହେବାରୁ କଡ଼ରେ ଗାଡି ରଖି ଚକା ବଦଳାଉଥିଲେ ୨ ଜଣ ହେଲ୍‌ପର । ଠିକ୍‌ ଏହି ସମୟରେ ପଛପଟୁ ଦ୍ରୁତଗତି ଆସୁଥିବା ଏକ ଟ୍ରକ ୨ଜଣ ହେଲପରଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ଉଭୟ ହେଲ୍‌ପରଙ୍କ ମୃତ୍ୟୁ ହୋଇଯାଇଥିଲା ।

ସେହିପରି ଦୁର୍ଘଟଣାରେ ମୃତ ୨ ହେଲ୍‌ପରଙ୍କ ପରିଚୟ ମିଳିଛି । ସେମାନେ ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ । ସେପଟେ ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।   ଦୃର୍ଘଟଣା ଘଟଇଥିବା ଟ୍ରକକୁ ଘସିପୁରା ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।



from Prameya News7 https://ift.tt/3266hkB
ଚକା ବଦଳାଉଥିବା ବେଳେ ପଛପଟୁ ମାଡିଗଲା ଟ୍ରକ, ୨ ହେଲପର ମୃତ ଚକା ବଦଳାଉଥିବା ବେଳେ ପଛପଟୁ ମାଡିଗଲା ଟ୍ରକ, ୨ ହେଲପର ମୃତ Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.