ଦୁବାଇରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ଅକଥନୀୟ ଅତ୍ୟାଚାର : ପ୍ରତିବାଦ କଲେ କରିଦିଆଯାଉଛି ନିଖୋଜ, ଭିଡିଓ କ୍ଲିପରୁ ମିଳିଲା ପ୍ରମାଣ Kanak News

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର କେତେକ ଶ୍ରମିକ ଏବେ ଦୁବାଇରେ ଏକ କମ୍ପାନିରେ ନିର୍ଯ୍ୟାତିତ ହେଉଛନ୍ତି । ସେଠାରେ ସେମାନଙ୍କୁ ପଶୁତୁଲ୍ୟ ବ୍ୟବହାର କରାଯାଉଥିବା ଏବଂ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ଜଣେ ଶ୍ରମିକ ପଠାଇଥିବା ଭିଡିଓ କ୍ଲିପରୁ ପ୍ରମାଣ ମିଳିଛି। ଏଭଳିକି ପ୍ରତିବାଦ କଲେ ନିର୍ଯ୍ୟାତିତ ଶ୍ରମିକଙ୍କୁ ନିଖୋଜ କରି ଦିଆଯାଉଥିବା ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଉତ୍କଟ ଦାରିଦ୍ର ଓ ବେକାରୀ ସମସ୍ୟା ଯୋଗୁଁ ବହୁ ଶିକ୍ଷିତ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଶିକ୍ଷିତ ଯୁବକ କାମ ଆଶାରେ ଦାଦନ ଖଟିବା ପାଇଁ ଦୁବାଇ ଯାଇ ଦଲାଲଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଖଲ୍ଲିକୋଟ ବ୍ଲକର କଇରାଶି, ବଧିନୂଆପଲ୍ଲୀ ଓ ପଥରା ଗ୍ରାମର କେତେକ ଶ୍ରମିକ ଦୁବାଇରେ ଫସି ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ବାଲୁଗାଁ ଥାନା ଅନ୍ତର୍ଗତ ଆଙ୍କୁଲା, ଚଟି ଗ୍ରାମର କିଛି ଶ୍ରମିକ ଦୁବାଇ ଯିବା ପାଇଁ ଶ୍ରମ ଠିକାଦାର ଆକାଶକୁ ୭୦ ହଜାର ଟଙ୍କା ଦେଇଥିଲେ। ଶ୍ରମିକମାନେ କିଛି ମାସ ଦୁବାଇରେ ରହିବା ପରେ ସେମାନଙ୍କୁ ଖାଇବାକୁ ନଦେଇ ନିର୍ଯ୍ୟାତନ ଦିଆଯାଉଥିବା ଏବଂ ପୁଲିସରେ ଅଭିଯୋଗ କଲେ ଶ୍ରମିକମାନଙ୍କୁ ମାଡ଼ ମାରି ନିଖୋଜ କରି ଦିଆଯାଉଥିବା ନେଇ କଇରାଶି ଗ୍ରାମର ଭଗବାନ ପ୍ରଧାନ ନାମକ ଜଣେ ଶ୍ରମିକ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

ତେଣୁ ଦୁବାଇରେ ଫସି ରହିଥିବା ଯୁବକମାନଙ୍କ ମଧ୍ୟରେ ସୁଧାକର ସ୍ୱାଇଁ, ବିପିନ ସ୍ୱାଇଁ, ପ୍ରକାଶ ପ୍ରଧାନ, ପ୍ରଭାତ ମହାପାତ୍ର ପ୍ରମୁଖ ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ଉକ୍ତ ପରିବାରବର୍ଗଙ୍କ ପକ୍ଷରୁ ଗଂଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି।



from Kanak News http://bit.ly/2IpSIBS http://bit.ly/2I2mduq
ଦୁବାଇରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ଅକଥନୀୟ ଅତ୍ୟାଚାର : ପ୍ରତିବାଦ କଲେ କରିଦିଆଯାଉଛି ନିଖୋଜ, ଭିଡିଓ କ୍ଲିପରୁ ମିଳିଲା ପ୍ରମାଣ Kanak News ଦୁବାଇରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ଅକଥନୀୟ ଅତ୍ୟାଚାର : ପ୍ରତିବାଦ କଲେ କରିଦିଆଯାଉଛି ନିଖୋଜ, ଭିଡିଓ କ୍ଲିପରୁ ମିଳିଲା ପ୍ରମାଣ Kanak News Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.