ନୟାଗଡ଼: ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ବେଳେ ସାବଧାନ ! କାରଣ ଲୋକମାନଙ୍କ ଆଖିରେ ଧୂଳି ଦେଇ ପେଟ୍ରୋଲ ବଦଳରେ ପାଣି ମିଶାଯାଉଛି। ନୟାଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ମିଶା ଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ତାଙ୍କର ଗାଡ଼ି ଆଉ ଷ୍ଟାର୍ଟ ହେଲାନାହିଁ। ଟାଙ୍କି ଫୁଲ୍ କରିବା ପରେ ସମ୍ପୃକ୍ତ ଦେଖିବାକୁ ପାଇଥିଲେ, ଗାଡ଼ିରେ ପେଟ୍ରୋଲ ଯେତିକି ପାଣି ମଧ୍ୟ ସେତିକି। ଏହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।
ଘଟଣାସ୍ଥଳରେ ଶରଣକୁଳ ପୋଲିସ୍ ପହଞ୍ଚିଥିଲା। ନୟାଗଡ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପେଟ୍ରୋଲ ପମ୍ପଟିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରନି।
The post ସାବଧାନ ! ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି appeared first on OTV Khabar..
from OTV Khabar. https://ift.tt/3cVN8G4
No comments: