ବିଲକୁ ଯାଇଥିଲେ ଦମ୍ପତି, ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳ ୦୩।୧୦: ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲାହାତୀ, ଅଳ୍ପକେ ବର୍ତ୍ତିଗଲେ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ ।

ମିଳିଥିବା ଖବର ଅନୁଯାୟୀ, ସ୍ବାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ଉଭୟ । ଯାହାଫଳରେ କି ହାତୀ ଆକ୍ରମଣରେ ସ୍ତ୍ରୀ ନେତ୍ରମଣି ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ସ୍ବାମୀ ବଞ୍ଚି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।   



from Prameya News7 https://ift.tt/3nnSZcm
ବିଲକୁ ଯାଇଥିଲେ ଦମ୍ପତି, ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲା ହାତୀ ବିଲକୁ ଯାଇଥିଲେ ଦମ୍ପତି, ସ୍ବାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲା ହାତୀ Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.