ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ OTV KHABAR BUREAU

ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ପକ୍ଷରୁ ସୋନୁ ସୁଦ୍‌ଙ୍କୁ ସମ୍ମାନିତ କରାଯାଇଛି। ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ତାଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ମିଳିଛି।

ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍‌ କନ୍‌ଫରେନ୍ସର ପ୍ରଥମ ଦିନରେ ହିଁ ସୋନୁଙ୍କୁ ସମ୍ମାନିତ କରାଯାଇଛି। ଏହି କନ୍‌ଫରେନ୍ସର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦର ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଛନ୍ତି। ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି ଯେ ତାଙ୍କ ସଂଗଠନ, ଶକ୍ତି ଅନ୍ନଦାନମ୍ ତାଙ୍କ ସହ କାମ କରିବ।

ଜିସିଓଟି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବସନ୍ତ କୁମାର ଦାମସ୍ତପୁରମ୍ କହିଛନ୍ତି ଯେ ସୋନୁ ସୁଦ କୋଭିଡ୍ -୧୯ ମହାମାରୀ ସମୟରେ ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ।

ଜିସିଓଟି କନ୍‌ଫେରେନ୍ସ ଗତକାଲି ଗାନ୍ଧି ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିଲା। ଏହି କମ୍ପାନୀ ପ୍ରବତିଶୀଳ ଭାରତ ଗଠନ କରିବା ପାଇଁ ଗାଁର ଉତ୍‌ଥାନରେ ବିକାଶ କରେ।

ନିକଟରେ ସୋନୁ ସୁଦଙ୍କୁ  ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ‌ପ୍ରୋଗ୍ରାମ (ୟୁଏନଡିପି) ଦ୍ୱାରା ପ୍ରତିଷ୍ଠିତ ଏସଡିଜି ସ୍ପେଶାଲ ହ୍ୟୁମାନିଟାରିଆନ୍ ଆକ୍ସନ୍ ପୁରସ୍କାର ପ୍ରଦାନ କରାଯାଇଛି। ଏକ ଭର୍ଚୁଆଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବା ପରେ ସୋନୁ ତାଙ୍କ ଦ୍ୱାରା ଯେତିକି ସମ୍ଭବ ସେ ସେତିକି କାର୍ଯ୍ୟ କରିଥିଲେ। ଆଗକୁ ମଧ୍ୟ ସେ ଦେଶବାସୀଙ୍କୁ ଏମିତି ସାହାଯ୍ୟ କରିଚାଲିବେ ବୋଲି କହିଛନ୍ତି।

 

The post ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ appeared first on OTV Khabar..



from OTV Khabar. https://ift.tt/3js6llg
ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ OTV KHABAR BUREAU ସୋନୁ ସୁଦ୍‌ ପାଇଲେ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ OTV KHABAR BUREAU Reviewed by SUBHENDU BARAL on October 02, 2020 Rating: 5

No comments:

Powered by Blogger.