ବାଇକ୍‌ରେ ଗାଁକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo

ତେଲକୋଇ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତାର ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

୧୨ ଚକିଆ ଟ୍ରକ୍ ଏକ ବାଇକ୍‌ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଗାମୁଣ୍ଡା ଗାଁର ସଞ୍ଜୀବ ମହାରଣା ଓ ପିଣ୍ଟୁ ପାତ୍ର। ସେମାନେ ହରିଚନ୍ଦନପୁରରୁ ନିଜ ଗାଁକୁ ଫେରୁଥିବାବେଳେ ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ୍ ଡ୍ରାଇଭର ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। 

The post ବାଇକ୍‌ରେ ଗାଁକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌ appeared first on OTV Khabar..



from OTV Khabar. https://ift.tt/3cUzSS8
ବାଇକ୍‌ରେ ଗାଁକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo ବାଇକ୍‌ରେ ଗାଁକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌ Rajalaxmi Sahoo Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.