ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ପାକିସ୍ତାନର ଜଣେ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ମଙ୍ଗଳବାର ଦିନ ସାମ୍ବାଦିକ ଶିରାଜ ହାସନ୍ ପେଶୱାରରେ ଥିବା ଦିଲ୍ଲୀପଙ୍କ ପୈତୃକ ଘରର ୪ଟି ଫଟୋ ଟ୍ୱିଟରରେ ଶେଆର କରିଥିଲେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପୈତୃକ ଘରର ଛବି ଦେଖିବା ପରେ ଦିଲ୍ଲୀପ କୁମାର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏହଂ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ପେଶୱାର ବାସିନ୍ଦାଙ୍କୁ ସେ ତାଙ୍କ ଘରର ଆଉ କିଛି ଫଟୋ ଶେଆର କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି।
ଦିଲ୍ଲୀପ କୁମାରଙ୍କ ପୈତୃକ ଘରକୁ ୨୦୧୪ରେ ତତ୍କାଳୀନ ନୱାଜ ସରିଫ ସରକାର ଦ୍ୱାରା ଏକ ଜାତୀୟ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରିଦିଆଯାଇଥିଲା। ନିକଟରେ ପାକିସ୍ତାନର ଖାଇବର-ପଖ୍ତୁନଖ୍ୱାରେ ଥିବା ପ୍ରାଦେଶିକ ସରକାର ଐତିହାସିକ ଭବନର ସଂରକ୍ଷଣ ପାଇଁ ଏହାକୁ କିଣିବାକୁ ନିଷ୍ପତ୍ତି ନେଇଥିବା ଖବର ପ୍ରକାଶ ପାଇଛି।
ଦିଲ୍ଲୀପଙ୍କ ଏହି ଘର କିସା ଖ୍ୱାନି ବଜାରରେ ଅବସ୍ଥିତ, ଏଠାରେ ମୁଗଲ-ଏ-ଆଜମର ଅଭିନେତା ବିଭାଜନ ପୂର୍ବରୁ ତାଙ୍କର ପ୍ରଥମ ବର୍ଷ ଅତିବାହିତ କରିଥିଲେ। ଏହି ଘର ରାଜ କପୁରଙ୍କ ପୈତୃକ ଘର ପରିସରରେ ଅବସ୍ଥିତ।
Thank you for sharing this. Requesting all in #Peshawar to share photos of my ancestral house (if you’ve clicked the pic) and tag #DilipKumar https://t.co/bB4Xp4IrUB
— Dilip Kumar (@TheDilipKumar) September 30, 2020
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଖାଇବର-ପଖ୍ତୁନଖ୍ୱା ପ୍ରଦେଶର ପ୍ରତ୍ନତତ୍ତ୍ୱ ବିଭାଗ ଏହି ଦୁଇ ଘରକୁ କିଣିବାକୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି। ଏହି ଦୁଇ ଘର ଜାତୀୟ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯିବାର ଯୋଜନା ରହିଛି। ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡକ୍ଟର ଅବ୍ଦୁସ୍ ସମଦ ଖାନ୍ କହିଛନ୍ତି, ଦୁଇଟି ଐତିହାସିକ ଭବନର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ପେଶୱାରର ଡେପୁଟି କମିଶନରଙ୍କ ନିକଟକୁ ଏକ ସରକାରୀ ଚିଠି ପଠାଯାଇଛି।
The post ପାକିସ୍ତାନ ସାମ୍ବାଦିକଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀପ କୁମାର appeared first on OTV Khabar..
from OTV Khabar. https://ift.tt/3cYOXSE
No comments: