ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ଲକ୍ଷ୍ମୀପୁର ୦୪।୧୦: କୋରାପୁଟ ଜିଲ୍ଲା ନାରାୟଣପାଟଣା ମୁଣ୍ଡିଗୁଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ନାରାୟଣପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ପିକ୍‌ ଅପ୍‌ ଗାଡି ଏକ ବାଇକ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ୨ଜଣ ହେଲେ ବାଲିପେଟା ପଞ୍ଚାୟତ ସାମଜା ଗାଁର ବୋଲି ଜଣାପଡିଛି । ଉଭୟ ମୃତକ ସମ୍ପର୍କୀୟ ବୋଲି ସୂଚନା ମଧ୍ୟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  



from Prameya News7 https://ift.tt/2EY9uKG
ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ Reviewed by SUBHENDU BARAL on October 03, 2020 Rating: 5

No comments:

Powered by Blogger.