ହାଇଦ୍ରାବାଦ: ପ୍ରବଳ ବର୍ଷାରେ ପାଚେରି ଭୁଶୁଡ଼ି ପଡ଼ିବା ଫଳରେ ହାଇଦ୍ରାବାଦରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ମାସର ଶିଶୁ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।
ଗତ ୩ ଦିନ ହେବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ସେହିପରି ଗତ ୪୮ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ହାଇଦ୍ରାବାଦ ସହର ଜଳବନ୍ଦୀ ଅବସ୍ଥାରେ ରହିଛି। ରାଜପଥରେ ପାଣିର ସୁଅ ଛୁଟିବା ସହ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ବର୍ଷା ପାଣିରେ ଯାନବାହାନ ଭାସି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି। କିଛି ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
The post ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ପାଚେରି; ୨ ମାସର ଶିଶୁ ସମେତ ୯ ମୃତ appeared first on OTV Khabar..
from OTV Khabar. https://ift.tt/33Xn5eW
No comments: