ଆଜିଠୁ କମିବ ବର୍ଷା! ରାଜ୍ୟର ୧୭ ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ଆଜି ଦିନ ୧୧ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ଅନୁସାରେ କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡା, ଯାଜପୁର, ସୋନପୁର, ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି ।

ସେହିପରି ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ, ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ତେବେ ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ କେତେ ଅଂଚଳରେ ବର୍ଷା ହୋଇଥିବା ଜଣାପଡିଛି ।

ସେପଟେ ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡିର ପାତ୍ରପୁର ବ୍ଲକ୍ । ବିଶେଷକରି ବ୍ଳକର ପାହାଡ଼ିଆ ଅଂଚଳରେ ଅଧିକ ପରିମାଣରେ ବର୍ଷା ଫଳରେ ଗାଁ ଗୁଡ଼ିକରେ ଜଳବନ୍ଦୀଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାହୁଦାନଦୀ ଅବବାହିକା ତଟବର୍ତୀ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବଜ୍ରଗୁମା ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁଲୋକ । ପାତ୍ରପୁର ବ୍ଲକ ଅଂକୁଲା ପଂଚାୟତ ଇଲେଗେଲା ଗାଁରେ ଥିବା ଲୋକମାନେ ଜଳବନ୍ଦୀରୁ ଉଚ୍ଚସ୍ଥାନକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢ଼ିବା ଫଳରେ ବାଘଲଟି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ା ଯାଇଛି ।



from Kanak News https://ift.tt/2H0Dvdt https://ift.tt/34SP8LO
ଆଜିଠୁ କମିବ ବର୍ଷା! ରାଜ୍ୟର ୧୭ ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News ଆଜିଠୁ କମିବ ବର୍ଷା! ରାଜ୍ୟର ୧୭ ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.