ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ… Rajalaxmi Sahoo

କଟକ: କାମ କଲାନି ୟୁଟ୍ୟୁବ୍‌ ବିଦ୍ୟା। ଫେଲ୍‌ ମାରିଲା ଏଟିଏମ୍‌ରୁ ଲୁଟ୍ ଉଦ୍ୟମ। ଶେଷରେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା। ଏଭଳି କିଛି ଘଟଣା ଘଟିଛି କଟକରେ।

ସୂଚନା ଅନୁସାରେ, ଗତ ରବିବାର ରାତିରେ କଟକ ଗଣ୍ଡରପୁରରେ ଥିବା ଏକ ଏଟିଏମ୍‌ରୁ ଜଣେ ଯୁବକ ଲୁଟ୍‌ ପାଇଁ ଆସିଥିଲେ। ଲୁଟ୍‌ ପାଇଁ ଯୁବକ ଜଣକ ୟୁଟ୍ୟୁବ୍‌ରୁ ଚୋରି ବିଦ୍ୟା ଶିଖିଥିଲେ ଓ ଏହାକୁ ସେ ପ୍ରୟୋଗ ମଧ୍ୟ କରିଥିଲେ। ଏଟିଏମ୍ ମେସିନ କାଟିବାକୁ ସେ ଏକ ନର୍ସିଂହୋମରୁ ଅକ୍ସିଜେନ ସିଲିଣ୍ଡର ଆଣିଥିଲେ। ଏପରିକି ଯୁବକ ଜଣକ ସାଇରନ ଓ ସିସିଟିଭିକୁ ଅଚଳ କରିବାକୁ ମଧ୍ୟ ସକ୍ଷମ ହୋଇଥିଲେ।ହେଲେ ସେଠାରେ ଲାଗି ଥିବା ଭାଇବ୍ରେଟ୍‌ ସେନ୍‌ସର୍‌ ବ୍ୟାଙ୍କର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ସଙ୍କେତ ପ୍ରେରଣ କରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଖବର ଦେଇଥିଲେ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ଜାଣିପାରି ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ। ହେଲେ ଗତକାଲି ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ-ଜଗତସିଂହପୁର ଜିଲ୍ଲାର ଶିଶିର ଦେବନାଥ।

ଏକ ବଡ଼ ଧରଣର ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ପୋଲିସ୍‌ ଗ୍ୟାସ୍ କଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏଟିଏମ୍‌ରେ ୨୦ ଲକ୍ଷ ୬୦ ହଜାର ଟଙ୍କା ଥିଲା ବୋଲି ସୂଚନା ମିଳିଛି।

The post ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ… appeared first on OTV Khabar..



from OTV Khabar. https://ift.tt/34ZnH2U
ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ… Rajalaxmi Sahoo ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ… Rajalaxmi Sahoo Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.