ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ Rajalaxmi Sahoo

ଦୁବାଇ: ଆଇପିଏଲ୍‌ରେ ଫେରୁଛି ଚେନ୍ନାଇର ଚମକ। ଗତ ୭ଟି ମ୍ୟାଚ୍‌ରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ବିଜୟ ହାସଲ କରିଛି। ଏହି ବିଜୟ ସହିତ CSK ପୁଣିଥରେ ୱିନିଂ ଟ୍ରାକ୍‌କୁ ଫେରିଛି।

ମଙ୍ଗଳବାର ଖେଳା ଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୬୭ ରନ୍ କରିଥିଲା। ଜବାବରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଟିମ୍ ନିର୍ଦ୍ଧାରିତ ଓଭରରେ ୧୪୭ ରନ୍ ହିଁ କରିପାରିଥିଲା।

କେନ୍ ୱିଲିୟମସନ୍ ୩୯ ବଲ୍‌ରୁ ୫୭ ରନ୍‌ କରିଥିଲେ ମଧ୍ୟ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ। ଚେନ୍ନାଇ ପକ୍ଷରୁ କର୍ଣ୍ଣ ଶର୍ମା ଓ ବ୍ରାଭୋ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ସଫଳତା ପାଇଁ ରବୀନ୍ଦ୍ର ଜାଡେଜା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

The post ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ appeared first on OTV Khabar..



from OTV Khabar. https://ift.tt/33VrcYO
ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ Rajalaxmi Sahoo ଫେରୁଛି ଚେନ୍ନାଇର ଚମକ, ହାଇଦ୍ରାବାଦକୁ ହରାଇ ତୃତୀୟ ଥର ବିଜୟ ହାସଲ କଲା ଧୋନି ବାହିନୀ Rajalaxmi Sahoo Reviewed by SUBHENDU BARAL on October 13, 2020 Rating: 5

No comments:

Powered by Blogger.