ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର କଟକଣା ଅବଧି ବଢ଼ିଲା Rajalaxmi Sahoo

ପୁରୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବସତ୍କାର ବାରଣ କରାଯାଇଛି। ଏ ନେଇ କଟକଣା ମଧ୍ୟ ଲାଗୁ ହୋଇଛି। ଯାହାର ଅବଧି ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି।

ସେହିପରି ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ଜାରି ହୋଇଥିବା କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ତେବେ କୋଭିଡ୍‌ ନିୟମ ଅନୁସାରେ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସମ୍ପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

The post ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର କଟକଣା ଅବଧି ବଢ଼ିଲା appeared first on OTV Khabar..



from OTV Khabar. https://ift.tt/2Sj9uYQ
ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର କଟକଣା ଅବଧି ବଢ଼ିଲା Rajalaxmi Sahoo ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବସତ୍କାର କଟକଣା ଅବଧି ବଢ଼ିଲା Rajalaxmi Sahoo Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.